Masthead

ଆଜି ନିଜ ଘରକୁ ଫେରିବେ ୪ ଓଡ଼ିଆ ଶ୍ରମିକ, ମନାଇବେ ଖୁସିର ଦିୱାଲି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ନିଜ ଘରକୁ ଫେରିବେ ଉଦ୍ଧାର ହୋଇଥବା ୪ ଓଡ଼ିଆ ଶ୍ରମିକ । ଅପେକ୍ଷାରେ ପରିବାର ଲୋକ । କେତେବେଳେ ଘରେ ପହଞ୍ଚିବେ । ଯାହାକୁ ନେଇ କେବଳ ପରିବାର ଲୋକ ନୁହେଁ ସାରା ଗାଁ ଉତ୍ସାହରେ । ଆଜି ଗାଁ ମନାଇବ ଖୁସିର ଦିୱାଲି । ତେବେ ଶ୍ରମିକମାନେ ଶୁକ୍ରବାର ଓଡ଼ିଶା ଫେରିଥିବା ବେଳେ ଆଜି ନିଜ ଘରେ ପହଂଚିବେ । ପ୍ରଥମ ପର୍ଯ୍ୟାୟରେ ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଓଡ଼ିଶା ଫେରିଥିବା ବେଳେ ଭଦ୍ରକର ତପନ ମଣ୍ଡଳ ପରବର୍ତୀ ସମୟରେ ଓଡ଼ିଶା ଫେରିବେ ।

ଶ୍ରମ ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର । ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ ।

ଏହାପରେ ଶ୍ରମିକ ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ପ୍ରତିଟି ଶ୍ରମିକଙ୍କୁ ହିରୋ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ କିପରି ସେମାନେ ନିଜର ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି, ତାହା ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟେକ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ