ଆଗକୁ ଓଡ଼ିଶାରେ ସିବିଆଇ, ଇଡି ରେଡ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଦିଲ୍ଲୀ ଯିବେ ଓଡ଼ିଶା ବିଜେପି ର ୨୨ ବିଧାୟକ। ଇସିଆଇ, ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାର ଶାସନ ବ୍ୟବସ୍ଥାକୁ କରିବେ ଅଭିଯୋଗ ।କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିବେ।ସଚିବ ଶାସନ ହଟେଇବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ହସ୍ତ ଖେପକରିବା ପାଇଁ କରିବେ ନିବେଦନ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଲେ।ଦିଲ୍ଲୀ ଯିବେ ୨୨ ବିଜେପି ବିଧାୟକ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ବିଧାୟକ ଦଳ । ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିବେ ବିଜେପି ବିଧାୟକ ଟିମ୍ । ଓଡ଼ିଶାର ଶାସନ ବ୍ୟବସ୍ଥା ବିଷୟରେ ଜଣାଇବେ । ଓଡ଼ିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁ ନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ୟ୍ୟନ୍ତ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ଏ ସଂପର୍କରେ ସ୍ମାରକ ପତ୍ର କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କୁ ଦେବେ ବିଜେପି ବିଧାୟକ ଦଳ । ରାଷ୍ଟ୍ରପତିଙ୍କୁ ଭେଟି ସଚିବଙ୍କ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଭେଟିକି କହିବୁ ।

ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଜଣାଇବୁ । ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସଂପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ । ଓଡ଼ିଶାରେ ବ୍ୟାପକ ଦୁର୍ନୀତି, ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି । ତେଣୁ ଅନ୍ୟ ରାଜ୍ୟକୁ ଇଡି, ସିବିଆଇ ଯାଉଛି । ଓଡ଼ିଶାକୁ କାହିଁକି ଇଡି ଓ ସିବିଆଇ ଆସୁନାହିଁ । ଓଡ଼ିଶାକୁ ଆସନ୍ତୁ ବୋଲି ପ୍ରମୁଖ ଦାବି ନେଇ ବିଜେପି ବିଧାୟକ ମାନେ ଭେଟିବେ ।ଅନ୍ୟ ରାଜ୍ୟକୁ ସିବିଆଇ ଓ ଇଡି ଚଢାଉ କରୁଛି ଓଡ଼ିଶାରେ କରିବା ପାଇଁ ବିଧାୟକ ଦଳ କରିବ ନିବେଦନ।ରାଜ୍ୟରେ ଦୁର୍ନୀତି ଭଷ୍ଟାଚାର ର ଚାଲିଛି ଶାସନ।ଆମ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାରକୁ ଲୁଟ ମଧ୍ୟ କରିଚାଲିଛି ଏ ବିଜେଡି ସରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ