Masthead

ରାସ୍ତାରେ କାର ଅଟକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ମଦ କାଉଣ୍ଟର କର୍ମଚାରୀଙ୍କୁ ମାଡ଼ ମାରିବା ସହିତ କାର ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଆହତ କର୍ମଚାରୀ ଜଣଙ୍କ କମର୍ଦା ଥାନା ଅନ୍ତର୍ଗତ ରାଉତ ମନ୍ଦାରୁଣୀ ଗ୍ରାମର ଗୋପାଳ ଦାସ । ଜଳେଶ୍ୱର ସହରର ଏକ ମଦ ଦୋକାନରୁ ବିଳମ୍ୱିତ ରାତିରେ କର୍ମଚାରୀ ଜଣକ କାମ ସାରି ଟଙ୍କା ନେଇ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ ୫୭ ନମ୍ବର ରାଜ୍ୟ ରାଜପଥ ବାଗପୁଞ୍ଜି ନିକଟରେ ୨୦ରୁ ଅଧିକ ଅସାମାଜିକ ବ୍ୟକ୍ତି କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

କାର ନ ରଖିବାରୁ କାର ଉପରକୁ ଇଟା ମାଡ଼ କରିବା ସହିତ ଭଙ୍ଗାରୁଜା କରି ମାରଣାତ୍ମକ ଆକ୍ରମଣ କରି ଗୋପାଳଙ୍କ ପାଖରୁ ଲକ୍ଷାଧିକ ଟଙ୍କା ସୁନା ଚେନ୍ ଲୁଟ୍ କରି ଫେରାର ହେଇ ଯାଇଥିଲେ । ଗୋପାଳ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ବର ହସ୍ପିଟାଲ ପରେ ଅତି ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି। ଘଟଣାର ଅଧିକ ତଦନ୍ତ କରୁଛି ଜଳେଶ୍ବର ପୋଲିସ୍ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ