ଜିତିବା କ୍ଷମତା ଦେଖି ଟିକେଟ ଦିଆଯିବ: ଶରତ ପଟ୍ଟନାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ତେଲେଙ୍ଗାନାରେ ରେଭନ୍ତ ରେଡ୍ଡି ସରକାର । ଏହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ତେଲେଙ୍ଗାନା ପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ୩ ନଂ ରୁ ୧ ନଂ ହେବ । ଓଡ଼ିଶା ପରି ତେଲେଙ୍ଗାନାରେ ମଧ୍ୟ ସମାନ ସ୍ଥିତି ଥିଲା । ତେଲେଙ୍ଗାନାରେ କଂଗ୍ରେସ ୧ ନଂ ହେଲା ଓଡ଼ିଶାରେ ବି ହେବ। ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାର ରେଭନ୍ତ ରେଡ୍ଡୀ ମୁଁ ହେବିକି ନାହିଁ ପରେ ଜଣା ପଡ଼ିବ । ହେଲେ ଓଡ଼ିଶାରେ କଂଗ୍ରେସର ୯ରୁ ୯୦ ମିଶନ ସଫଳ ହେବ। ରାଜ୍ୟ ସରକାରଙ୍କ ବିରୋଧରେ ଅନେକ କାର୍ୟ୍ୟକ୍ରମ ହାତକୁ ନେଇଛି। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ୟ୍ୟକ୍ରମରେ ସରକାର ବିରୋଧରେ ଲୋକଙ୍କୁ ସଚେତନ କରାଯାଉଛି। ତେଲେଙ୍ଗାନାରେ ସରକାର ହୋଇଥିବାରୁ ଓଡ଼ିଶାର ପଡୋଶୀ ଜିଲ୍ଲାରେ ଏହାର ପ୍ରଭାବ ରହିବ । ୨୪ରେ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବ। କିନ୍ତୁ ଜିତିବା କ୍ଷମତା ଦେଖିକି ଟିକେଟ ଦିଆଯିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ