Masthead

ଶହୀଦ ସ୍ତମ୍ଭକୁ ଅସମ୍ମାନ

ଗଁଦିଆ, (ବଡ଼ ଖବର ବ୍ୟୁରୋ): ବୀର ଶହୀଦମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ସ୍ୱାଧୀନ କରିଥିଲେ । ଯାହାଙ୍କ ପାଇଁ ଆମେ ଦୃଢ ଭାବରେ ଆମେ ସ୍ୱାଧୀନ ବୋଲି କହିପାରୁଛନ୍ତିି । କିନ୍ତୁ ସେହି ଶହୀଦମାନଙ୍କୁ ଅସମ୍ମାନ କରିବାର ଦୃଶ୍ୟ ଅନେକ ଜାଗାରେ ଦେଖିବାକୁ ମିଳୁଛି । ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ । ଗଁଦିଆ ବ୍ଲକରେ କାର୍ୟ୍ୟରତ ଥିବା ଏବିଡ଼ିଓ କିଭଳି ଜୋତା ପିନ୍ଧି ବୀର ଶହୀଦ ସ୍ତମ୍ଭକୁ ଅସମ୍ମାନ କରୁଛନ୍ତି ତାହାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗଁଦିଆ ବ୍ଲକରେ ଥିବା ଶହୀଦ ସ୍ତମ୍ଭକୁ କିପରି ଜଣେ ସରକାରୀ ବାବୁ ସମ୍ମାନ ଦେଉଛନ୍ତି ତାହା ଏହି ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସରେ ଲୋକଦେଖାଣିଆ ସମ୍ମାନ ଦେଉଥିବା ଭଦ୍ର ସରକାରୀ ବାବୁଙ୍କର ଇଏ ହେଉଛି ଅସଲ ଚେହେରା ।  ଉକ୍ତ ଘଟଣାରେ କାର୍ୟ୍ୟରତ ଏବିଡ଼ିଓଙ୍କ ଉପରେ ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି