Masthead

ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ ପଠାଇଲା ଆଦିତ୍ୟ-ଏଲ୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଦିତ୍ୟ-ଏଲ୧କୁ ବଡ଼ ସଫଳତା । ସାମ୍ନାକୁ ଆସିଲା ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ । ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ସୂର୍ଯ୍ୟରୁ ନିର୍ଗତ ଅତିବାଇଗଣୀ ରଶ୍ମିର ବିଭିନ୍ନ ତରଙ୍ଗ ଦୈର୍ଘ୍ୟର ଫଟୋ ଉଠାଇଛି ଆଦିତ୍ୟ ଏଲ୍-ୱାନ୍। ଏଥିରେ ସୂର୍ଯ୍ୟର ଫଟୋସ୍ଫିୟର ଓ କ୍ରୋମୋସ୍ଫିୟର ସ୍ପଷ୍ଟ ଦେଖିବାକୁ ମିଳୁଛି ।

ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରକୃତରେ ଆଦିତ୍ୟ ଏଲ ୧ରେ ଥିବା ପେଲୋଡ୍, ସୋଲାର ଅଲ୍ଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଛି।  ଏହି ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭ୍‌ଲେଙ୍ଗଥକୁ କଭର କରିଛି। ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଫଟୋ ଅପ୍ଲୋଡ୍ କରିବା ସହ ଏ ନେଇ ସୂଚନା ଦେଇଛି ଇସ୍ରୋ । ଫଟୋ ଉତ୍ତୋଳନ ପାଇଁ ବ୍ୟବହାର କରାଯାଇଥିବା ଟେଲିସ୍କୋପ୍‌ରେ ସୂର୍ଯ୍ୟ ଉପରିଭାଗର ସବିଶେଷ ଦୃଶ୍ୟ ଆସିବା ପାଇଁ ୧୧ଟି ଭିନ୍ନ ଭିନ୍ନ ଫିଲ୍ଟର ବ୍ୟବହାର କରାଯାଇଥିଲା।

ଉକ୍ତ ଫଟୋରୁ ସନ୍‌ସ୍ପଟ୍‌ ଆଦି ବିଭିନ୍ନ ବୈଶିଷ୍ଟ୍ୟ ଜଣାପଡ଼ିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଦିତ୍ୟ-ଏଲ୍‌୧ ମହାକାଶ ଯାନରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଇଲେଟ୍‌ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ୍‌ ଓ୍ବେଭ୍‌ଲେଙ୍ଗ୍‌ଥ ନିକଟରେ ସୂର୍ଯ୍ୟଙ୍କ ପ୍ରଥମ ପୂର୍ଣ୍ଣ ଡିସ୍କ ଫଟୋ ଉତ୍ତୋଳନ କରିଥିବାରୁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ସୂର୍ଯ୍ୟର ଫଟୋସ୍ପିୟର ଏବଂ କ୍ରୋମୋସ୍ପିୟର ମଧ୍ୟରେ ଥିବା ଅଭୂତପୂର୍ବ ଦୃଶ୍ୟ ସହ ଏହାର ଠିକ୍‌ ଉପରକୁ ଥିବା ସ୍ବଚ୍ଛ ସ୍ତରକୁ ଫଟୋରେ ଅଣାଯାଇପାରିଛି।

ସନ୍‌ସ୍ପଟ୍‌, ସୌରପୃଷ୍ଠରେ ବିଦ୍ୟୁତ୍‌ ଚୁମ୍ବକୀୟ ଝଡ଼ ଆଦି ସୂର୍ଯ୍ୟରେ ଘଟୁଥିବା ଘଟଣା ଓ ମହାକାଶ ପାଗ ତଥା ପୃଥିବୀର ଜଳବାୟୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୁଝିବାରେ ଉକ୍ତ ସ୍ତର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି