Masthead

ଶ୍ରୀମନ୍ଦିରେ ନୂଆ ପରମ୍ପରା ଯାହା ଆଗରୁ ହେଉନଥିଲା

ଭକ୍ତଙ୍କ ପାଇଁ ଅନିଦ୍ରା ରହୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ (ବଡ଼ ଖବର ବ୍ୟୁରୋ): ବର୍ଷ ସରିବ ଇଂରାଜୀ କ୍ୟାଲେଣ୍ଡର ଓଲଟିବ । ସାରା ବିଶ୍ୱ ସେଲିବ୍ରେସନ କରିବ ଇଂରାଜୀ ନୂଆବର୍ଷ ସହ ଓଡ଼ିଆ ନୂଆ ବର୍ଷର କୌଣସି ସମ୍ପର୍କ ନାହିଁ । ଶ୍ରୀମନ୍ଦିର ନୀତି ଅନୁସାରେ ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଆଙ୍କ ନୂଆବର୍ଷ ଆସେ । କିନ୍ତୁ ଇଂରାଜୀ ନୂଆବର୍ଷରେ କୋଟି ଓଡ଼ିଆଙ୍କ ହୃଦୟର ଠାକୁର କାଳିଆ ସାଆନ୍ତଙ୍କୁ ହେବାକୁ ହେବ ହନ୍ତସନ୍ତ । ବର୍ଷ ସରିବ, ଜିରୋ ଆୱାରରେ ଅନିଦ୍ରା ହେବେ ଚତୁର୍ଦ୍ଧାମୂର୍ତ୍ତି । ଗଲା କିଛି ବର୍ଷ ଧରି ଶ୍ରୀମନ୍ଦିରରେ ନୂଆ ପରମ୍ପରା ଚାଲିଛି ଯାହା ଆଗରୁ ନଥିଲା । ଭକ୍ତଙ୍କ ପାଇଁ ଅନିଦ୍ରା ରହୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୂଆବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଆବଶ୍ୟକ ପଡିଲେ ରାତ୍ର ପହୁଡ଼ ହେବନାହିଁ ।

ରବିବାର ପଡୁଥିବାରୁ ଭିଡକୁ ଦୃଷ୍ଟିରେ ରଖି ୩୧ ତାରିଖ ସକାଳୁ ୧ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ଏହାପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କର ରାତ୍ର ପହୁଡ଼ ହୋଇନଥିଲା । ଭକ୍ତଙ୍କ ଭିଡକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଏବଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଡିସେମ୍ବର ଓ୧୬ରୁ ଆରମ୍ଭ ହେବ ପହିଲି ଭୋଗ । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରାୟେ ମାସେ ଧରି ଚାଲିବ ଏହି ନୀତି । ସେହିଭଳି ନୂଆବର୍ଷ ଠାରୁ ମନ୍ଦିର ଭିତରେ ପାନ, ଗୁଟଖା ବାରଣ ସହ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ନିୟମକୁ କଡାକଡି ପାଳନ କରାଯାଇଛି । ଏବଂ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନିମନ୍ତେ ର୍ୟାମ୍ପ ବ୍ୟବସ୍ଥା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼