Masthead

ରିଲ ସୀତାଙ୍କ ଜୀବନର ରିଅଲ ରାମ କିଏ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ଟେଲିଭିଜନ ଇତିହାସର ସବୁଠୁ ପପୁଲାର ପ୍ରୋଗ୍ରାମ ହେଉଛି ରାମାନନ୍ଦ ସାଗରଙ୍କ ରାମାୟଣ । ରାମାୟଣ ଯେତେବେଳେ ଦୂରଦର୍ଶନରେ ପ୍ରସାରିତ ହେଉଥିଲା ସେତେବେଳେ ଲୋକେ ସବୁ କାମ ଛାଡି ଟିଭି ଆଗରେ ବସି ରହୁଥିଲେ । ରାମାୟଣରେ ସୀତା ଭୂମିକାରେ ଅଭିନୟ କରୁଥିବା ଦୀପିକା ଚିଖଲିଆ ଟୋପିୱାଲାଙ୍କୁ ହିଁ ସତରେ ସୀତା ବୋଲି ଭାବି ନେଇଥିଲେ । ସେହି ରାମ ସୀତାଙ୍କ ଯୋଡ଼ିକୁ ଖୁବ ଆଦର ମିଳିଥିଲା । ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରାସରିତ ହେବାର ଏତେ ବର୍ଷ ହେଲାଣି । ତା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା କମିନି । ଆଜିବି ରାମ ସୀତାଙ୍କ ଯୋଡ଼ି କଥା କହିଲେ ସେହି ୨ଜଣଙ୍କ ଫଟୋ ହିଁ ଆଖି ସାମ୍ନାକୁ ଚାଲି ଆସେ । କୋଭିଡ ସମୟରେ ଯେତେବେଳେ ଦୂରଦର୍ଶନରେ ପୁଣି ଥରେ ରାମାୟଣ ପ୍ରସାରିତ ହେଲା ସେତେବେଳେ ତା ଲୋକପ୍ରିୟତା ଆହୁରୀ ଶୀର୍ଷ ସ୍ଥାନକୁ ଛୁଇଁଲା । ଏହାରି ଭିତରେ ଅନେକ ରାମାୟଣ ତିଆରି ହୋଇଛି କିନ୍ତୁ ରାମାନନ୍ଦଙ୍କ ରାମାୟଣ ଭଳି ଲୋକପ୍ରିୟତା ଅନ୍ୟ କୌଣସି ରାମାୟଣ ପାଇନାହିଁ ।

ଦୀପିକା ଚିଖଲିଆ ଟୋପିୱାଲାଙ୍କୁ ସମସ୍ତେ ଅରୁଣ ଗୋବିଲଙ୍କ ସୀତା ବୋଲି ଜାଣନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ତାଙ୍କର ରାମ ହେଉଛନ୍ତି ହେମନ୍ତ ଟୋପିୱାଲା । କିଛି ଫଟୋ ଚିତ୍ର ଦେଖନ୍ତୁ, ୟେ ହେଉଛନ୍ତି ଦୀପିକାଙ୍କର ସ୍ୱାମୀ । ଦୀପିକା ଚିଖଲିଆ ୨୩ ନଭେମ୍ବର ୧୯୯୧ରେ ହେମନ୍ତ ଟୋପିୱାଲାଙ୍କୁ ବିବାଦ କରିଥିଲେ । ତାଙ୍କର ୨ଟି ସନ୍ତାନ ଅଛି । ତାଙ୍କର ପରିବାର ବେଶ ହସ ଖୁସିରେ ଚାଲିଛି । ସେ ସୀତା ଭୂମିକାକୁ ବେଶି ପପୁଲାର । ଯେମିତି ଅରୁଣ ଗୋବିଲଙ୍କୁ ଲୋକେ ରାମ ଭୂମିକା ଛଡା ଅନ୍ୟ କୌଣସି ଭୂମିକାରେ ଗ୍ରହଣ କଲେ ନାହିଁ ସେମିତି ଦୀପିକାଙ୍କୁ ମଧ୍ୟ ସୀତା ଭାବି ପୂଜା କରନ୍ତି । ସୀତା ଭାବରେ ଦୀପିକା ଯେଉଁ ଭଲପାଇବା ପାଇଛନ୍ତି, ଯେଉଁ ଆଦର ଆଉ ସମ୍ମାନ ପାଇଛନ୍ତି ତାହା ଆଉ କେହି ପାଇନାହାନ୍ତି । ଅନ୍ୟ କୌଣସି ଚରିତ୍ରରେ ତାଙ୍କ ଅଭିନୟକୁ କେହି କେବେ ଗ୍ରହଣ କଲେ ନାହିଁ । କେବଳ ରାମାୟଣ ନୁହେଁ ଅନେକ ହିନ୍ଦି ଫିଲ୍ମ, ସିରିଏଲ ସେ କରିଛନ୍ତି କିନ୍ତୁ ସେଭଳି ଲୋକପ୍ରିୟତା ପାଇନାହାନ୍ତି । କେବଳ ସୀତା ଭୂମିକାରେ ହିଁ ତାଙ୍କ ଜୀବନ ସୀମିତ ରହିଗଲା । ଏତେ ବର୍ଷ ପରେ ବି ଯେତେବେଳେ ମା ସୀତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହୁଏ ଦୀପିକାଙ୍କ ନାଁ ହିଁ ସାମ୍ନାକୁ ଆସେ । କିଛି ଦିନ ପୂର୍ବେ ଦୀପିକା ନିଜର ସେଇ ସୀତା କ୍ୟାରେକ୍ଟରକୁ ମନେ ପକାଇ ସେଇ ପୁରୁଣା ଲୁକରେ ସାମ୍ନାକୁ ଆସିଥିଲେ । ସେତେବେଳେ ମଧ୍ୟ ତାଙ୍କୁ ଖୁବ ଭଲପାଇବା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ