Masthead

ବ୍ୟାଙ୍କରେ ଜମା ହେଲା ୨୮୫କୋଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି ଟଙ୍କାର ଶେଷରେ ହିସାବ ମିଳିଛି। କେବଳ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଚାଲିଥିବା ଗଣତି ୩୦୫ କୋଟି ଟଙ୍କା ବୋଲି ଜଣାପଡିଛି। ସୁଦପଡ଼ା ମଦଭାଟି ଓ କ୍ଲବପଡ଼ା ଅଫିସରେ ଆୟକର ବିଭାଗର ଚଢାଉ ଜାରି ରହିଛି । ସେପଟେ ବ୍ୟାଙ୍କରେ ଜମା ହେଲା ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ୨୮୫ କୋଟ ଟଙ୍କା ।

ଏକ ସ୍ୱତନ୍ତ୍ର ଆକାଉଣ୍ଟରେ ଏହି ପଇସା ରଖାଯାଇଛି । ତେବେ ବ୍ୟାଙ୍କ ଅଧିକାରୀ ଚିରା ନୋଟ ଗୁଡିକୁ ଆୟକର ବିଭାଗକୁ ଫେରାଇ ଦିଆଯାଇଛି । ଆୟକର ବିଭାଗ ବଲାଙ୍ଗୀରରୁ କେତେ ଟଙ୍କା ଜବତ କରିଛି ତାହା ଏଯାଏ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏବେ ବଲାଙ୍ଗୀର ସହରରେ ୫୦ରୁ ଅଧିକ ଆୟକର ଅଧିକାରୀଙ୍କ ସମେତ ବହୁ ସିଆଇଏସ୍ଏଫ୍ ଯବାନ ଡେରା ପକାଇଛନ୍ତି । ସୋମବାର ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସମ୍ପତ୍ତି ସମ୍ପର୍କରେ ପଚରାଉଚରା କରିଥିଲେ ।

ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଞ୍ଚ କରିଥିଲେ । ଏହି ସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି । ଲକରରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ଜିନିଷ ଥିବା ଜଣାପଡିଛି । ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କୁ ଆୟକର ବିଭାଗ ଅଧିକାରୀମାନେ ପଚରାଉଚରା ଜାରି ରଖିଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା