ହାରିଲା ବୋରୱେଲ ଜିତିଲା ଜୀବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ରେଙ୍ଗାଲି ରାଲିପାଲିରେ ବୋରୱେଲ ଭିତରେ ଫସିଥିଲା ଶିଶୁ । ଶିଶୁଟିକୁ ଉଦ୍ଧାର କରିବାକୁ ଜାରି ରହିଥିଲା ଅପରେସନ୍ । ତେବେ ୮ ଘଣ୍ଟାର ନନ୍‌ଷ୍ଟପ୍ ଅପରେସନ ପରେ ବୋର୍‌ୱେଲରୁ ଜିତିଲା ଜୀବନ । ସୁରକ୍ଷିତ ଉଦ୍ଧାର ହେଲା ଶିଶୁ କନ୍ୟା । ପରେ ତାକୁ ଆମ୍ବୁଲାନ୍ସରେ ବୁର୍ଲା ହସ୍ପିଟାଲ୍‌ ନିଆଯାଇ ଚିକିତ୍ସା କରଯାଉଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍‌ରୁ ଉଦ୍ଧାର ହୋଇଛି । ତେବେ ଏତେ ସହଜ ନଥିଲା ଉଦ୍ଧାର କାର୍ଯ୍ୟ । ରେସ୍କ୍ୟୁ ଟିମ୍ ପାଇଁ ୧୩ ଫୁଟ ତଳେ ୮ ଘଣ୍ଟା ଫସି ରହିଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କାଠିକର ପାଠ ଥିଲା। ବୋର୍‌ୱେଲ ଠାରୁ ଟିକିଏ ଦୂରରେ ଜେସିବି ସହାୟତାରେ ସମାନ୍ତରାଳ ଭାବେ ଗାତ ଖୋଳା ଯାଇଥିଲା ।

ଏହାପରେ ଏକ ଛୋଟିଆ ସୁଡ଼ଙ୍ଗ କରାଯାଇ ଲୁହା ପାଇପ୍‌କୁ ଆରି ବ୍ଲେଡ୍ ଓ ପରେ ମେସିନରେ କଟା ଯାଇଥିଲା । ଶିଶୁଟିକୁ ପାଇପ୍‌ ଭିତରୁ ସୁରକ୍ଷିତ ଉଦ୍ଧାର କରିବା ଚ୍ୟାଲେଞ୍ଜିଂ ଥିଲା ବୋଲି କହିବା ସହ ଉଦ୍ଧାରକାରୀ ଟିମ୍‌କୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ପ୍ରଶଂସା କରିଛନ୍ତି । କିପରି ପାଇପ୍‌ କାଟିଲେ ଶିଶୁର କ୍ଷତି ହେବନି, କାଟିବା ବେଳେ ଶିଶୁଟି ଯେପରି ତଳକୁ ଖସି ନଯାଏ, ଲୁହା ପାଇପ୍‌ ଯେପରି ତାତି ନଯାଏ ସେଥିପ୍ରତି ନଜର ରଖାଯାଇଥିଲା । ପାଇପ୍‌ ଭିତରକୁ ନିରନ୍ତର ଅକ୍ସିଜେନ ଛଡାଯାଉଥିଲା ଓ ଶିଶୁଟିକୁ ଉଷୁମ ରଖିବା ପାର୍ଇ ୧୦୦ୱାଟ୍ ଇଲେକ୍ଟ୍ରି ବଲ୍‌ବ ତଳକୁ ଛଡ଼ାଯାଇଥିଲା । ଏଥିପାଇଁ ବିଶେଷ ସହାୟକ ହୋଇଥିଲା ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ