ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର । ସର୍ବସ୍ୱ ହରାଇଲେ ୫ ପରିବାର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରି ପଞ୍ଚାୟତ ଉତ୍ତରସାହି ଗ୍ରାମରେ । ଏହି ଗ୍ରାମର ସାଗର ବେହେରା, ଅକ୍ଷୟ ବେହେରା, କିଶୋର ଜେନା, ନରହରି ଜେନା ଏବଂ ପୂର୍ଣ୍ଣଚନ୍ଦ୍ରଜେନାଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ସହିତ ଝିଅ ବାହାଘର ପାଇଁ ରଖିଥିବା ଘରକରଣା ଜିନିଷ ମଧ୍ୟ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ମଙ୍ଗଳବାର ରାତିରେ ସମସ୍ତେ ଘରେ ଶୋଇଥିବା ସମୟରେ ନିଆଁ ଲାଗି ଯାଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ଅଗ୍ନିଶମ ବାହିନୀ ପହଞ୍ଚିଵା ବେଳକୁ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ନିଆଁର ପ୍ରୋକପ ଏତେ ଥିଲାଯେ କିଛି ସମୟ ମଧ୍ୟରେ ହିଁ ୫ବଖରା ଘର ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା। ଘରକୁ ଲାଗିଥିବା ଗୋରୁ ଗୁହାଳରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ୩ଗୋରୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣାପଡି ନାହିଁ । ଚାନ୍ଦବାଲି ବିଡ଼ିଓ ଏବଂ ବିଜେଡି ଯୁବନେତା ଅନିଲ ନାୟକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଵିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ, ଲୁଗା ସହିତ ବାସନ ବଣ୍ଟନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!