Masthead

ଶାରଳା ମନ୍ଦିର ହୁଣ୍ଡିରୁ ଚୋରି, ୩ ଅଭିଯୁକ୍ତ ଅଟକ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):  ଶାରଳା ମନ୍ଦିର ହୁଣ୍ଡିରୁ ଚୋରି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା’ ଶାରଳାଙ୍କ ମନ୍ଦିରରୁ ବୁଧବାର ରାତିରେ ମନ୍ଦିର ସାମ୍ନାରେ ଥିବା ୧ନଂ ହୁଣ୍ଡିରୁ ଚୋରି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ମନ୍ଦିରର ପଛଭାଗରେ ଅନେକ ଟଙ୍କା ପଡ଼ିଥିବାର ଲୋକମାନେ ଦେଖିଥିଲେ । ସଙ୍ଗେ ସଙ୍ଗେ ମନ୍ଦିର ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ। କଟର ମେସିନ୍ ସହାୟତାରେ କିଛି ଦୁବୃତ୍ତ ୧୦ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ହୁଣ୍ଡି ରୁ ଚୋରି କରିଛନ୍ତି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ଓ କନକପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଏହି ଘଟଣା ସମୟରେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ୩ ଜଣ ସନ୍ଦିଗ୍ଧକୁ ଅଟକ ରଖି ପଚରା଼ ଉଚରା ଜାରି ରଖିଛି ପୋଲିସ । ସ୍ଥାନୀୟ ତାରାପୁର ଠାରୁ ଏକ କଦଳୀ ବାଡିରୁ ଗୋଟିଏ ବସ୍ତା ଟଙ୍କା ସହ ଗୋଟିଏ ଟଙ୍କା ଭର୍ତି ଥିବା ପଲଥିନିକୁ ଜବତ କରିଛି କନକପୁର ଫାଣ୍ଡି । ତେବେ ଏହି ଘଟଣା ପଛରେ ଆହୁରି ଅନେକ ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି ପୋଲିସ ପ୍ରଶାସନ। ତେବେ ଶାରଳା ମନ୍ଦିର ଇତିହାସରେ ଏଭଳି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ହୋଇଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି