Masthead

ଭୋଜି ଖାଇଲେ ମନ୍ତ୍ରୀ ବାସନ ମାଜିଲେ ଛାତ୍ରଛାତ୍ରୀ

ପୁରୀ (ବଡ଼ ଖବର ବ୍ୟୁରୋ):ସ୍କୁଲ କାର୍ଯ୍ୟକ୍ରମକୁ ଆସିଲେ ମନ୍ତ୍ରୀ ବିଧାୟକ । ଉଦଘାଟନ କଲେ ଭୋଜି ବି ଖାଇଲେ । କିନ୍ତୁ ବାସନ ମାଜିଲେ ଛାତ୍ରଛାତ୍ରୀ । ପୁରୀ ଜ଼ିଲ୍ଲା କଣାସ ବ୍ଲକର ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିଲା ଜ଼ିଲ୍ଲା ସ୍ତରୀୟ ବିଜ୍ଞାନ ମେଳା । ଏଥିରେ ଯୋଗ ଦେଇଥିଲେ ଏଗାରଟି ବ୍ଲକର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ । ଏହି ମେଳାର ଉଦଘାଟନ ଉତ୍ସବର ମୁଖ୍ୟ ଅତିଥି ଥିଲେ ପ୍ରଯୁକ୍ତି ବିଜ୍ଞାନ ଓ ସାମାଜିକ ଭିନ୍ନକ୍ଷମ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷାଅଧିକାରୀ ଓ ସ୍ଥାନୀୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଉଦଘାଟନ ସମୟ ୧୦ ଥିବାବେଳେ ମେଳାର ଉଦଘାଟନ ହୋଇଥିଲା ମଧ୍ୟାହ୍ନ ସାଢେ ଗୋଟେରେ । ଘଣ୍ଟା ଘଣ୍ଟା ଧରି ଡହ ଡହ ଖରା ଭୋକ ଉପାସରେ ମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ୧୧ଟି ବ୍ଲକର ଛାତ୍ରଛାତ୍ରୀ ।   ମେଳା ସରିଲା ମନ୍ତ୍ରୀ ଖାଇଲେ ବିଧାୟକ ଖାଇଲେ କୁଜି ନେତା ବି ଖାଇଲେ ଶିକ୍ଷକ ଶିକ୍ଷୟତ୍ରୀ ଖାଇଲେ କିନ୍ତୁ ଶୀତ ରାତିରେ ଦୟା ନଦୀରେ ବାସନ ମାଜିଲେ ଛାତ୍ର ଛାତ୍ରୀ । ଟର୍ଚ୍ଚ ଦେଖାଇଲେ ଖୋଦ ହିନ୍ଦୀ ଶିକ୍ଷକ । ଏଠି ପ୍ରଶ୍ନ ଉଠୁଛି ହିନ୍ଦୀ ଶିକ୍ଷକ ଜଣଙ୍କ କାହା ନିର୍ଦ୍ଦେଶରେ ଘନ ଅନ୍ଧାରର ଶୀତ ରାତିରେ ଛାତ୍ରଙ୍କୁ ବାସନ ମଜାଇଲେ? ଏହା ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଲା ପରେ ଏଵେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅବେହେଳା କାହିଁକି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ