Before Header

୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ କଲେ ହାଇକୋର୍ଟ

0 13

(ବଡ଼ ଖବର ବ୍ୟୁରୋ):  ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଜଣ ଓଏଏସ । ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ । ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଚ କରିଥିଲେ ଚୂଡାନ୍ତ ପରୀକ୍ଷାରେ ସଫଳ ହୋଇ ପାରିନଥିବା କିଛି ପ୍ରାର୍ଥୀ ।

ତେବେ ଏହି ପ୍ରାର୍ଥୀମାନଙ୍କ ଆବେଦନ ଉପରେ ବିଚାର କରି ସ୍ୟାଟ ସମସ୍ତ ୩୭୮ ଜଣ ଯାକ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ରଦ୍ଧ କରି ଦେଇଥିଲେ । ସ୍ୟାଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯାଇଥିଲା । ପରେ ଏହି ମାମଲାର ଚୂଡାନ୍ତ ଶୁଣାଣି କରି ଏହି ୩୭୮ ଜଣ ଓଏଏସଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.