Masthead

ଶପଥ ନେବେ ଭଜନଲାଲ୍‌

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ଶପଥ ନେବେ ଭଜନଲାଲ୍‌ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ୍‌ ଶର୍ମା । ଜୟପୁରରେ ଶପଥ ପାଠ କରାଇବେ ରାଜ୍ୟପାଳ । ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶପଥ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ରାଜସ୍ଥାନରେ ବିଜେପି ଖେଳିଛି ସରପ୍ରାଇଜ କାର୍ଡ । ସବୁ ଚର୍ଚ୍ଚିତ ନାଁ କୁ ଆଡେଇ ଦେଇ ଭଜନ ଲାଲଙ୍କ ମଥାରେ ରାଜସ୍ଥାନର ରାଜତିଳକ କରିଛି ବିଜେପି ।

ରାଜସ୍ଥାନରେ ତୀବ୍ର ଆଶାୟୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଭଜନଲାଲଙ୍କ ପାଇଁ ପ୍ରସ୍ତାବକ ହେବାକୁ ପଡିଥିଲା । ଛତିଶଗଡ଼ରେ ବିଜେପି ଆଦିବାସୀ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ ବାଛିଥିବା ବେଳେ ମଧ୍ୟପ୍ରଦେଶରେ ଓବିସି ସମ୍ପ୍ରଦାୟ ଓ ରାଜସ୍ଥାନରେ ବ୍ରାହ୍ମଣ ସମ୍ପ୍ରଦାୟର ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ । ଭଜନଲାଲ ଶର୍ମା ମାତ୍ର ଥରଟିଏ ବିଧାୟକ ହୋଇଛନ୍ତି । ଏହି ତିନି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନାଁ ସହିତ ବିଜେପିରେ ନୂଆ ଯୁଗର ରାଜନୀତି ଆଉ ଟିକିଏ ଆଗକୁ ବଢିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା