ଖୋଲିବ କି ଆଇଏସଆଇ ଲିଙ୍କ୍?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରୁ ଧରାପଡିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସଇଦ ଇଶାନ ବୁଖାରୀର ଆଇଏସଆଇ ଲିଙ୍କର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଗିରଫ ପରେ ଗତକାଲି ତାକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଚଣ୍ଡିଖୋଲ କୋର୍ଟରେ ତାକୁ ହାଜର କରଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ହାଜର ପରେ ତାକୁ ଯାଜପୁର ଜିଲ୍ଲା ଉପକାରଗାରରେ ରଖାଯାଇଛି।

କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପିଏମଓ ଅଫିସର କର୍ମଚାରୀ ଭାବେ ପରିଚୟ ଦେଇ ଦୀର୍ଘ ୫ ବର୍ଷ ଧରି ଯାଜପୁରରେ ରହିଆସୁଥିବା ଈଶାନ ବୁଖାରୀଙ୍କୁ ଶନିବାର ଦିନ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ। ୨୦୧୮ ମସିହାରୁ ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଯାଜପୁରର ଧର୍ମଶାଳା ଅଞ୍ଚଳରେ ଭଡ଼ାଘର ନେଇ ରହିଆସୁଥିଲେ ଈଶାନ ବୁଖାରୀ।

ଈଶାନଙ୍କ ଘର କଶ୍ମୀରା କୁପଓ୍ଵାଡାରେ। ବିଭିନ୍ନ ଅପରାଧୀକ କାରର୍ଯ୍ୟକଳାପରେ ଲିପ୍ତ ରହିବା ସହ କଶ୍ମୀର ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ଈଶାନର ନାଁ ରହିଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହ ଈଶାନଙ୍କର ସମ୍ପର୍କ ରହିଥିବା କୁହାଯାଉଛି। ପୋଲିସଠାରୁ ନିକୁ ବଞ୍ଚାଇବା ପାଇଁ ଈଶାନ କଶ୍ମୀର ଛାଡ଼ି କେରଳ ପଳାଇଥିଲେ। ପରେ ନିଜର ପରିଚୟ ବଦଳାଇ ଭିନ୍ନ ସ୍ଥାନରେ ରହୁଥିଲେ। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଧର୍ମଶାଳାଠାରେ ଘର ଭଡ଼ା କରି ରହିଆସୁଥିଲେ। ଏଠାରେ ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ଝିଅ ମଧ୍ୟ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ