Masthead

ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିବା ପରେ ଏବେ ପରିବର୍ତ୍ତନ ମୁହାଁ ହୋଇଛି। ଦଳ କମଳନାଥଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ଉମଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳ ନେତା କରିଛି ଦଳ । ପଟୱାରୀ ଓ ଉମଙ୍ଗ ରାଜର ବରିଷ୍ଠ ନେତା କମଳନାଥ ଓ ଦିଗବିଜୟ ସିଂହଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ଜିତୁ ପଟ୍ଟୱାରୀ ଏଥର ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିଲେ ।

୨୦୧୩ ଓ ୨୦୧୮ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ହେବା ପରେ ଜିତୁ ପଟ୍ଟୱାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କମଳନାଥ । ୪୯ ବର୍ଷୀୟ ପଟୱାରୀ ରାଉ ସିଟରୁ ବିଧାୟକ ହୋଇଥିଲେ। ନିର୍ବାଚନ ବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୮ରେ ସେ ଦ୍ୱିତୀୟ ଥର ପାଇଁ ଉକ୍ତ ଆସନରୁ ବିଧାନସଭାକୁ ଯାଇଥିଲେ।

ଦ୍ୱିତୀୟ ଥର ଜିତିବା ପରେ କମଲନାଥ ସରକାରରେ ସେ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ହୋଇଥିଲେ। ୨୦୧୮ରେ କମଲନାଥ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହୋଇଥିଲେ। ଏହି ସମୟରେ ପଟୱାରୀ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲେ। କମଲନାଥ ତାଙ୍କୁ ୨୦୨୦ ଏପ୍ରିଲ ମାସରେ ରାଜ୍ୟ ମିଡିଆ ସେଲ୍‌ ଅଧ୍ୟକ୍ଷ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ