Masthead

କଂଗ୍ରେସ ନିଜର ଦୁର୍ବଳତା ଉପରେ ଧ୍ୟାନ ଦେବା ଉଚିତ: ପି ଚିଦାମ୍ବରମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିକଟରେ ୫ ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନିର୍ବାଚନ ଫଳାଫଳରେ ଛତିଶଗଡ଼ ଏବଂ ରାଜସ୍ଥାନରେ ବିଜେପି ସରକାର ଗଢ଼ିଛି। ସେହିଭଳି ମଧ୍ୟପ୍ରଦେଶ ଏବଂ ମିଜୋରାମରେ ମଧ୍ୟ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। କେବଳ ତେଲଙ୍ଗାନାରେ କଂଗ୍ରେସ ବହୁମତରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି। ଏଭଳି ସ୍ଥିତିରେ ପି. ଚିଦାମ୍ବରମଙ୍କ ବୟାନ ସାମ୍ନାକୁ ଆସୁଛି । ଯାହା ଦଳର ମନୋବଳ ହ୍ରାସ ପାଉଥିବା ଆଡ଼କୁ ଇଙ୍ଗିତ କରୁଥିବା ଜଣାପଡିଛି । ଚିଦାମ୍ବରମଙ୍କ ଏଭଳି ବୟାନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସର ମନୋବଳ ସାମାନ୍ୟ ହ୍ରାସ ପାଉଥିବାରୁ ନିର୍ବାଚନରେ ବିଜେପି ଭଳି ପ୍ରଦର୍ଶନ କରିପାରୁ ନାହିଁ ।

ଏପରିକି କଂଗ୍ରେସକୁ ବିଜେପି ଠାରୁ ବହୁତ କିଛି ଶିଖିବା ଏବଂ ଦଳ ମଧ୍ୟରେ ସୁଧାର କରିବାର ଆବଶ୍ୟକତା ରହିଛି ବୋଲି ସେ ମାନୁଥିବା ସ୍ପଷ୍ଟ ହୋଇଛି। ଚିଦାମ୍ବରମ୍‌ କହିଛନ୍ତି, ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ଅପ୍ରତ୍ୟାଶିତ ଏବଂ ଚିନ୍ତାର ବିଷୟ। ବିଜେପି କିନ୍ତୁ ପ୍ରତିଟି ନିର୍ବାଚନକୁ ଅନ୍ତିମ ନିର୍ବାଚନ ଭାବି ଲଢ଼ିଆସୁଛି। ବିରୋଧୀ ଦଳମାନେ ଏହା ଅନୁଭବ କରିବା ଉଚିତ। ଏବେ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ନିଶ୍ଚିତ ଭାବେ ବଢ଼ିବ। ଅପରପକ୍ଷେ କଂଗ୍ରେସ ନିଜର ଦୁର୍ବଳତା ଉପରେ ଧ୍ୟାନ ଦେବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସର ଏଭଳି ପରାଜୟକୁ କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ। ଫଳାଫଳ ଚିନ୍ତାଜନକ ଏବଂ ମୁଁ ନିଶ୍ଚିତ ଯେ ଦଳର ନେତୃତ୍ୱ ଏହି ଦୁର୍ବଳତାକୁ ଦୂର କରିବେ। ଚିଦାମ୍ବରମ୍ କହିଛନ୍ତି ଯେ ନିର୍ବାଚନ ଦିନ ପ୍ରଚାର, ବୁଥ୍ ପରିଚାଳନା ତଥା ଭୋଟରଙ୍କୁ ଭୋଟ୍ ବୁଥକୁ ଆଣିବା ଭଳି ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଲୋକସଭା ନିର୍ବାଚନ ପୂର୍ବରୁ ଦଳର ଭୋଟ୍ ଅଂଶ ୪୫ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ସେ ଆଶା କରିଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପୂର୍ବାନୁମାନ କରିଥିବା ସର୍ଭେରେ ଚିଦାମ୍ବରମ୍ କହିଛନ୍ତି ଯେ ହାୱା ବିଜେପି ସପକ୍ଷରେ ଅଛି, କିନ୍ତୁ ପବନ ଦିଗ ବଦଳାଇପାରେ। ବିଜେପି କଦାପି ନିର୍ବାଚନକୁ ହାଲୁକା ଭାବେ ନିଏ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ