Before Header

ଫେବୃଆରୀରେ ଫେରିଯିବ କରୋନା

0 315

ନୁଆଦିଲ୍ଲୀ ( ବଡ଼ ଖବର ବ୍ୟୁରୋ): କରୋନାକୁ ନେଇ ଆସିଲା ଖୁସି ଖବର । ଭାରତରେ କମିବ କରୋନା ପ୍ରକୋପ । କିଛି ଏଭଳି ଆସ୍ୱସ୍ତିକର ଖବର ଦେଇଛି ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡ଼େଲ କମିଟି । ଆଇସିଏମଆର ଓ ଆଇଆଇଟିର ବୈଜ୍ଞାନିକଙ୍କୁ ନେଇ ଗଠିତ ଏହି କମିଟି କହିଛି ଯେ ଭାରତରେ କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ ହୋଇସାରିଛି । ବର୍ତ୍ତମାନ ଏହି ସଂଖ୍ୟା ଧୀରେ ଧୀରେ କମିବ ବୋଲି କହିଛି କମିଟି । ଗତ ସେପ୍ଟେମ୍ବରରେ ଦେଶରେ ସବୁଠାରୁ ଅଧିକା ଆକ୍ରାନ୍ତ ଚହ୍ନଟ ହୋଇଥିଲେ । ଏହି ସଂଖ୍ୟା ଧୀରେ ଧୀରେ କମି ଫେବୃଆରୀ ସୁଦ୍ଧା କରୋନା ଗ୍ରାଫ ତଳକୁ ଖସି ଯିବ ବୋଲି କହିଛି ସୁପର ମଡ଼େଲ କମିଟି ।

ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢେର ବୃଦ୍ଧି ପାଇଥିଲା । ଗତ କିଛି ସପ୍ତାହ ଧରି ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଆସିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢିଛି । ତେବେ ଏବେ ବି ଆମକୁ ସତର୍କ ରହିବା ପାଇଁ ପଡ଼ିବ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବା ପାଇଁ ପଡ଼ିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ତେଣେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଦେଶରେ ଗୋଷ୍ଠୀ ସଂକ୍ରମଣ ରହିଛି । କିନ୍ତୁ ଏହା କେତେକ ଜିଲ୍ଲାରେ ସୀମିତ ରହିଛି । ଗୋଷ୍ଠୀ ସଂକ୍ରମଣ ସମଗ୍ର ଦେଶରେ ବ୍ୟାପୀ ନାହିଁ । ଏହା ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି । ତେବେ ପାର୍ବଣ ଋତୁ ପରେ ଆରମ୍ଭ ହେବ ଶୀତଋତୁ । ଭାରତର ପୁନର୍ବାର କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ପାର୍ବଣ ବେଳେ ଯଦି ଲୋକେ ସାମାନ୍ୟ ଢିଲାପଣ ଆପଣେଇବେ ତେବେ ସଂକ୍ରମଣ ହାର ପୁଣି ବୃଦ୍ଧି ପାଇପାରେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଭେକ୍ସିନ ବାହାରିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡିବ ।

Leave A Reply

Your email address will not be published.