ଖବର କରୁଛି ଟ୍ରେଣ୍ଡ୍, ଅଣ୍ଡରୱାର୍ଲଡ ଡନର ଦି ଏଣ୍ଡ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୃତ୍ୟୁମୁଖରେ ମୃତ୍ୟୁର ସୌଦାଗର । ସାରା ବିଶ୍ୱରେ ଗୋଟିଏ ଖବର କରୁଛି ଟ୍ରେଣ୍ଡ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ହୋଇଗଲା ଦି ଏଣ୍ଡ । ବିଷକ୍ରିୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛି କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ୍ । ସକାଳୁ ସକାଳୁ ଏହି ଖବର ବ୍ୟାପିଗଲା ଜହର ଯୋଗୁ ଦାଉଦର ଗେମ୍ ଓଭର ହୋଇଯାଇଛି । ପରେ ଖବର ଆସିଲା ସେ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏ ସବୁ ଭିତରେ ପାକିସ୍ତାନରେ ଇଣ୍ଟରନେଟ ଡାଉନ ହୋଇଗଲା । ସୋସିଆଲ ମିଡିଆ ଲଗ ଇନରେ ସମସ୍ୟା ହେଲା ।

ଖବର ସ୍ପଷ୍ଟ ହୋଇପାରୁନି ଦାଉଦକୁ କିଏ ବିଷ ପିଆଇଲା । ଦାଉଦ ଇବ୍ରାହିମ୍ ହେଉଛି ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଡନ୍ । ଗୋଟେ ସମୟରେ ପୂରା ମୁମ୍ବାଇରେ ଦାଉଦର ଆତଙ୍କରାଜ ଚାଲିଥିଲା । ଦାଉଦର ଆତଙ୍କ କାର୍ଯ୍ୟକଳାପରେ ପାକିସ୍ତାନ ସବୁବେଳେ ସହଯୋଗ କରିଥାଏ । ଅନେକ ନୀରିହଙ୍କ ଜୀବନ ନେଇଛି ଦାଉଦ । ଏବେ ସେହି ଦାଉଦ ନିଜେ ମୃତ୍ୟୁମୁଖରେ । ଏହା ଭାରତ ସମେତ ଅନେକ ଦେଶ ପାଇଁ ଆଶ୍ୱସ୍ତିର ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ