Masthead

ଖବର କରୁଛି ଟ୍ରେଣ୍ଡ୍, ଅଣ୍ଡରୱାର୍ଲଡ ଡନର ଦି ଏଣ୍ଡ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୃତ୍ୟୁମୁଖରେ ମୃତ୍ୟୁର ସୌଦାଗର । ସାରା ବିଶ୍ୱରେ ଗୋଟିଏ ଖବର କରୁଛି ଟ୍ରେଣ୍ଡ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ହୋଇଗଲା ଦି ଏଣ୍ଡ । ବିଷକ୍ରିୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛି କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ୍ । ସକାଳୁ ସକାଳୁ ଏହି ଖବର ବ୍ୟାପିଗଲା ଜହର ଯୋଗୁ ଦାଉଦର ଗେମ୍ ଓଭର ହୋଇଯାଇଛି । ପରେ ଖବର ଆସିଲା ସେ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏ ସବୁ ଭିତରେ ପାକିସ୍ତାନରେ ଇଣ୍ଟରନେଟ ଡାଉନ ହୋଇଗଲା । ସୋସିଆଲ ମିଡିଆ ଲଗ ଇନରେ ସମସ୍ୟା ହେଲା ।

ଖବର ସ୍ପଷ୍ଟ ହୋଇପାରୁନି ଦାଉଦକୁ କିଏ ବିଷ ପିଆଇଲା । ଦାଉଦ ଇବ୍ରାହିମ୍ ହେଉଛି ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଡନ୍ । ଗୋଟେ ସମୟରେ ପୂରା ମୁମ୍ବାଇରେ ଦାଉଦର ଆତଙ୍କରାଜ ଚାଲିଥିଲା । ଦାଉଦର ଆତଙ୍କ କାର୍ଯ୍ୟକଳାପରେ ପାକିସ୍ତାନ ସବୁବେଳେ ସହଯୋଗ କରିଥାଏ । ଅନେକ ନୀରିହଙ୍କ ଜୀବନ ନେଇଛି ଦାଉଦ । ଏବେ ସେହି ଦାଉଦ ନିଜେ ମୃତ୍ୟୁମୁଖରେ । ଏହା ଭାରତ ସମେତ ଅନେକ ଦେଶ ପାଇଁ ଆଶ୍ୱସ୍ତିର ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା