Masthead

ସିରିଜ କବଜା କରିବା ଲକ୍ଷ୍ୟରେ ଭାରତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଆଫ୍ରିକା ଟୁର୍‌ରେ ଥିବା ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଘରୋଇ ଦଳ ବିପକ୍ଷରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ ୮ ଉଇକେଟରେ ଜିତିଥିବାରୁ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଆଗୁଆ କବ୍‌ଜା କରିନେବାକୁ ଚାହିଁବ। ମ୍ୟାଚରେ ରଜତ ପଟିଦାର କିମ୍ବା ରିଙ୍କୁ ସିଂଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ପ୍ରଥମ ମ୍ୟାଚରେ ଦୁଇ ଯୁବ ଖେଳାଳି ଅର୍ଶଦୀପ ସିଂ ଓ ଆଭେସ ଖାନ୍‌ ନିଖୁଣ ବୋଲିଂ କରିଥିଲେ, ଫଳରେ ଭାରତ ଏକତରଫା ଭାବେ ମ୍ୟାଚ ଜିତି ନେଇଥିଲା।

ଦକ୍ଷିଣ ଆଫ୍ରିକାର ଜେବରାହଠାରେ ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ମ୍ୟାଚ୍ ଖେଳାଯିବ । ତିନି ଟିକିଆ ସିରିଜରେ ଭାରତ ପୂର୍ବରୁ ଗୋଟିଏ ମ୍ୟାଚ୍ ଜିତି ସାରିଥିବା ବେଳେ ଆଜିର ମ୍ୟାଚ୍ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅନ୍ୟପଟେ ଆଜିର ମ୍ୟାଚ୍ ହାତଛଡ଼ା କଲେ ଦକ୍ଷିଣ ଆଫ୍ରିକା ସିରିଜ ହାରିବ । ଏଥିଲାଗି ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ବ ରଖୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ