Masthead

ମୋ ପଛରେ ଇଡି ଲଗେଇଲେ ମୁଁ ତୁମ ସିଡି ଜାରି କରିଦେବି

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ): ଭାରତାୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ ଶୁକ୍ରବାର ଏନସିପିରେ ସାମିଲ ହୋଇଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ସେ ଏନସିପି ହାତ ଧରିଛନ୍ତି। ଏନସିପିରେ ସାମିଲ ହେବା ପରେ ଖଡସେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। କହିଛନ୍ତି ଯେ ମତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଧମକ ଦିଆଯାଉଛି। ମହାରାଷ୍ଟ୍ର ରାଜନୀତିର ଏହି ଭେଟେରାନ ନେତା କହିଲେ ଯେ ବିଜେପିରେ ମତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ହେଲେ ମୁଁ କେବେ ପଛକୁ ହଟେନାହିଁ। ମୋ ବିରୋଧରେ ଅଭିଯୋଗ କରିବା ପାଇଁ କିଛି ମହିଳାଙ୍କୁ ନିଆଯାଇଥିଲା। ମତେ କୁହାଯାଇଛି ଯେ ମୁଁ ଦଳ ପରିବର୍ତ୍ତନ କଲେ ସେମାନେ ମୋ ପଛରେ ଇଡି ଲଗାଇଦେବେ। ହେଲେ ସେମାନେ ମୋ ପଛରେ ଇଡି ଲଗାଇଲେ ମୁଁ ତାଙ୍କ ସିଡି ଖୋଲିଦେବି। ଦିଲ୍ଲୀର କେତେଜଣ ବରିଷ୍ଠ ନେତା ମତେ ଏନସିପିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। ବିଜେପିରେ ଏମିତି ଅନେକ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ ମୁହଁ ଖୋଲିବାକୁ ଚାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି। ମତେ ଜମି ସ୍କାମ୍ ଅଭିଯୋଗର ସାମନା କରିବାକୁ ପଡ଼ିଲା। ହେଲେ ମୁଁ ଜାଣିଛି, କେଉଁ ଲୋକ କେତେ ଜମି ହାସଲ କରିଛନ୍ତି। କିଛିଦିନ ପରେ ଏ ତଥ୍ୟ ମୁଁ ଦେବି। ଏନସିପି ମୁଖ୍ୟ ପାୱାର କହିଥିଲେ, ଏକନାଥ ଖଡସେ ଯାହା ଚାହାଁନ୍ତି ତାହା କରନ୍ତି। ତେବେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ କି ନାହିଁ ପ୍ରଶ୍ନର ଉତ୍ତରରେ ପାୱାର କହିଲେ, ଏବେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସମ୍ଭାବନା ନାହିଁ। ସୂଚନାଯୋଗ୍ୟ, ୨୦୧୫ରେ ଏକନାଥ ଖଡସେ ଦେବେନ୍ଦ୍ର ଫଡନବିସ ସରକାରରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ସନ୍ଦେହ ରହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା