Masthead

ଦିବ୍ୟାଙ୍ଗଙ୍କୁ ମିଳିପାରୁନି ଆବାସ ଯୋଜନା

ବରୀ (ବଡ଼ ଖବର ବ୍ୟୁରୋ):ସରକାରଙ୍କ ମାଳମାଳ ଯୋଜନା ସବୁ ପାଣି ଫୋଟକା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକରେ । ଏହି ବ୍ଲକ ଅଧୀନ ଅଲିପୁର ଗ୍ରାମ ପଞ୍ଚାୟତ ଭବାନୀପୁରର ଦିବ୍ୟାଙ୍ଗ ଧରିତ୍ରୀ,ଭାଇ ରବୀନ୍ଦ୍ର ନାଥ , ମା ରମା ଦେଇଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ସାତ ସପନ ହୋଇପଡିଛି। ଦିବ୍ୟାଙ୍ଗ ଧରିତ୍ରୀ ଏବଂ ତାଙ୍କ ପରିବାର କିପରି ଅବସ୍ଥାରେ ରହିଛି ଯେ କେହି ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନାହିଁ । ନୁଆଁଣିଆ ଚାଳ ଛପର ଘର ତାହା ପୁଣି ମୁଣ୍ଡ ଉପରେ ଚିରା ପାଲ ଦିନରେ ଖରା ଏବଂ ରାତିରେ ଜହ୍ନ ଦେଖୁଥିବା ଏହି ପରିବାରକୁ ବ୍ଲକ ପ୍ରଶାସନ ଅଣଦେଖା କରିବା ଘଟଣାକୁ ନିନ୍ଦା କରିଛନ୍ତି ବରୀର ବୁଦ୍ଧିଜୀବୀ ମାନେ। ତାଲିକାରେ ନାମ ଥାଇ ମଧ୍ୟ ଏହି ଦିବ୍ୟାଙ୍ଗ ପରିବାରକୁ ମିଳୁନି ଆବାସ ଗୃହ ।

ଏହି ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବ୍ଲକ ପ୍ରଶାସନ ଘର ପ୍ରଦାନ କରିଥିବା ବେଳେ ଯୋଗ୍ୟ ଦିବ୍ୟାଙ୍ଗ ପରିବାରକୁ କାହିଁକି ବାଦ୍ କରାଯାଉଛି ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ପଞ୍ଚାୟତ ଦାୟିତ୍ୱରେ ଥିବା ପି ଇ ଓ ଏବଂ ତଦନ୍ତରେ ସାମିଲ ଥିବା କର୍ମଚାରୀ ମାନେ ଏହାକୁ ବାଦ୍ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ବ୍ଲକ ,ପଂଚାୟତ ଦୌଡ଼ିଦୌଡ଼ି ଲିଖିତ ଅଭିଯୋଗ କରି ମଧ୍ୟ ନିରାଶ ହୋଇଛନ୍ତି ଦିବ୍ୟାଙ୍ଗଙ୍କ ପରିବାର।ଏପରିକି ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଏହି ପରିବାରକୁ ବ୍ଲକ ପ୍ରଶାସନ ଅଣଦେଖା କରିବା ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବାରମ୍ବାର ତାଲିକାରେ ନାମଥାଇ ମଧ୍ୟ ଆବାସ ଯୋଜନା ନ ମିଳିବାରୁ କିଛିଦିନ ତଳେ ବରୀ ବ୍ଲକ ସମ୍ମୁଖରେ ସପରିବାର ଆମରଣ ଅନଶନରେ ବସିଥିଲେ । ତାଙ୍କୁ ଯାଜପୁରର କିଛି ଆଗ ଧାଡ଼ିର ସାମାଜିକ କର୍ମୀମାନେ ମଧ୍ୟ ସମର୍ଥନ କରିଥିଲେ।ବରୀ ବ୍ଲକ ବିଡ଼ିଓ ଅନଶନ ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ତେବେ କାହିଁକି ଦିବ୍ୟାଙ୍ଗଙ୍କ ପରିବାର ଆବାସରୁ ବାଦ୍ ପଡ଼ିଲା ବାଦ୍ ପଛରେ ଥିବା କେଉଁ ସରକାରୀ କର୍ମଚାରୀଙ୍କ ହାତ ରହିଛି ତାହା ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି