Masthead

ମଣ୍ଡି ବୁଲି ଚାଷୀଙ୍କ ସମସ୍ୟା ବୁଝିଲେ ସାରଦାପ୍ରସନ୍ନ ସ୍ୱାଇଁ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ):ଚାଷୀଙ୍କ ସମସ୍ୟା ବୁଝିଲେ ସାରଦା ପ୍ରସନ୍ନ ସ୍ୱାଇଁ । ଏହା ସହିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ଉତ୍ସାହିତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ରିସିଡା +୨ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ଅବସରରେ ମୁଖ୍ୟ ଅତିଥି ଭାବେ ସେଠାକୁ ଜିଲ୍ଲା ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସାରଦାପ୍ରସନ୍ନ ସ୍ବାଇଁ ନିମନ୍ତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ‘ଶିକ୍ଷାର ବିକାଶ ହେଲେ ରାଜ୍ୟର ବିକାଶ ହେବ’ ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ବିକାଶ ହେଲେ ସବୁ କ୍ଷେତ୍ରରେ ଉନ୍ନତିର ପାଦଚିହ୍ନ ଗ୍ରାମାଞ୍ଚଳରେ ମଧ୍ୟ ପହଞ୍ଚିବ । ସେ ତାଙ୍କ ଉଦବୋଧନ ମାଧ୍ୟମରେ ଶିକ୍ଷାର ମାନଦଣ୍ଡକୁ କିଭଳି ଆହୁରି ଉନ୍ନତତ୍ତର କରିହେବ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଉତ୍ସାହିତ କରିଥିଲେ । ଏହା ସହିତ ସେ କରଲାମୁଣ୍ଡାର ସମସ୍ତ ମଣ୍ଡି ବୁଲି ଚାଷୀ ମାନଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ