Masthead

ଘଣ୍ଟାଏ ଛିଡ଼ା ହୋଇ ପ୍ରତିବାଦ କରିବ ଶାସକ ଦଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉପରାଷ୍ଟ୍ରପତିଙ୍କ ମିମିକ୍ରି ଘଟଣା । ଅଭିନବ ଉପାୟରେ ପ୍ରତିବାଦ କରିବେ ଶାସକ ଦଳ ସାଂସଦ । ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଘଟଣାର ଏଭଳି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଏନଡିଏ ମେଣ୍ଟ । ବିଜେପି ସଦସ୍ୟ ରାଜ୍ୟସଭାରେ ଘଣ୍ଟାଏ ଛିଡା ହୋଇ ବିରୋଧ କରିବେ ବୋଲି କହିଛନ୍ତି । ସଂସଦୀୟ କାର୍ଯ୍ୟନିର୍ବାହୀ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଆସିଛନ୍ତି । ଏବେ ଉପରାଷ୍ଟ୍ରପତିଙ୍କୁ ଅପମାନ କରିଛନ୍ତି । ଏହା କେବଳ ତାଙ୍କର ଅପମାନ ନୁହେଁ ବରଂ ଏକ ସାମ୍ବିଧାନୀକ ପଦର ଅପମାନ ।

ଏତିକି ନୁହେଁ ଉପରାଷ୍ଟ୍ରପତି ଜଣେ ଜାଠ୍ କୃଷକ ପରିବାରର । ତାଙ୍କର ଅପମାନ ସାରା ଜାଠ୍ ସମ୍ପ୍ରଦାୟର ଅପମାନ । ତେଣୁ ଧନକଡଙ୍କ ଅପମାନକୁ ହିନ୍ଦୁସ୍ତାନ କେବେବି ସହ୍ୟ କରିବ ନାହିଁ । ଏହା ବିରୋଧରେ କଠୋର କାର୍ୟ୍ୟପନ୍ଥା ଗ୍ରହଣ କରାଯିବ । ସେପଟେ କଲ୍ୟାଣ ବାନାର୍ଜୀ କହିଛନ୍ତି ଉପରାଷ୍ଟ୍ରପତିଙ୍କୁ ଦୁଃଖ ଦେବା ମୋର ଅଭିପ୍ରାୟ ନଥିଲା । କାହାକୁ ଆଘାତ ଦେବା ଉଦ୍ଦେଶ୍ୟ ନଥିଲା । ଉପରାଷ୍ଟ୍ରପତିଙ୍କ ପ୍ରତି ମୋ ମନରେ ସମ୍ମାନ ଅଛି । ଧନଖର ଜୀ ମୋ ଠାରୁ ବୟସରେ ବଡ। ମୁଁ ଜାଣିପାରୁନାହିଁ କି ସେ କାହିଁକି ଏହାକୁ ନିଜ ଉପରକୁ ନେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!