Masthead

ବଲ୍ ପିଛା ୭ଲକ୍ଷ ୩୦ହଜାର, ଓଭରକୁ ୪୪ଲକ୍ଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲ ପିଛା ୭ଲକ୍ଷ ୩୦ହଜାର । ଗୋଟିଏ ଓଭରକୁ ୪୪ଲକ୍ଷ । କି୍ରକେଟ ଇତିହାସରେ ୟେ ବୋଧେ ସବୁଠୁ ଦାମୀ ଫିଗର । ଆମେ କହୁଛୁ ମିଚେର ଷ୍ଟାର୍କଙ୍କ କଥା । ଆଇପିଏଲରେ ରେକର୍ଡ କରିଛନ୍ତି ମିଚେଲ ଷ୍ଟାର୍କ । ଚଳିତ ସିଜିନରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ସଦସ୍ୟ । ଏହାପରେ ମିଚେଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ମିଚଲେ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । କିନ୍ତୁ ଆପଣ ହିସାବ କରିଛନ୍ତି କି ଆଇପିଏଲରେ ମିଚେଲଙ୍କ ପ୍ରତି ବଲର ମୂଲ୍ୟ କେତେ? ସମୁଦାୟ ଟଙ୍କାକୁ ଯଦି ହାରାହାରି ହିସାବ କରିବେ ଷ୍ଟାର୍କଙ୍କୁ ଗୋଟିଏ ବଲ ପକାଇବାକୁ ମିଳିବ ୭ ଲକ୍ଷ ୩୦ ହଜାର । ଅର୍ଥାତ ପ୍ରତି ଓଭରରେ ମିଳିବ ୪୪ଲକ୍ଷ ଟଙ୍କା । ଏବଂ ଗୋଟିଏ ମ୍ୟାଚକୁ ମିଳିବ ୧କୋଟି ୭୬ ଲକ୍ଷ । କେହି କେହି ଏ ହିସାବ ବି ଲଗାଉଛନ୍ତି ଆଇପିଏଲ ଚାମ୍ପିଅନ ଟିମ୍ ଯେତିକି ପୁରସ୍କାର ପାଇବ ତାହାଠାରୁ ବି ଅଧିକ ଟଙ୍କା ଜଣେ ଖେଳାଳି ଭାବେ ଷ୍ଟାର୍କ୍ ପାଇବେ ।

ଅନ୍ୟପକ୍ଷରେ ଯଦି ପାକିସ୍ତାନ ସୁପର ଲିଗ୍ ଦରମା ସହ ତୁଳନା କରିବେ, ପାକିସ୍ତାନ ସୁପର ଲିଗର ସବୁଠାରୁ ଦାମୀ ଖେଳାଳିିଙ୍କ ଦରମା ୧.୪କୋଟି ଟଙ୍କା । କିନ୍ତୁ ମିଚେଲ ଆଇପିଏଲର ମାତ୍ର ଗୋଟିଏ ମ୍ୟାଚରୁ ପାଇବେ ୧କୋଟି ୭୬ଲକ୍ଷ । ମଙ୍ଗଳବାର ହୋଇଥିବା ଆଇପିଏଲ ନିଲାମରେ ଅଷ୍ଟ୍ରେଲିଆ ଖେଳାଳିମାନଙ୍କର ବେଶ ଦବଦବା ରହିଥିଲା । କଙ୍ଗାରୁ ଖେଳାଳିଙ୍କ ପାଇଁ ନିଲାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ୟାଟ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ଏ ଘଟଣାକୁ ନେଇ ଯେତେବେଳେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରିଛି, ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି ଯଦି ମିଚେଲ ଷ୍ଟାର୍କ ଓ ପ୍ୟାଟ କମିନ୍ସ ୨୦ କୋଟିରୁ ଅଧିକ ପାଉଛନ୍ତି ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି, ଯଶପ୍ରିତ ବୁମରା ୟାଠୁ ଅଧିକ ପାଇବା ଯୋଗ୍ୟ । ବିଶ୍ୱର ବେଷ୍ଟ ବୋଲର ହେଉଛନ୍ତି ଯଶପ୍ରିତ ବୁମରା । ବୁମରାହ ୧୨ କୋଟିରେ ଯାଇଥିବା ବେଳେ ଷ୍ଟାର୍କ ୨୪ କୋଟିରେ ଯାଇଛନ୍ତି । ଏହା ଭୁଲ ବୋଲି କହିବା ସହ ବୁମରା ଏହାଠୁ ଅଧିକ ପାଇବା ଯୋଗ୍ୟ ବୋଲି କହିଛନ୍ତି ଆକାଶ ଚୋପ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି