Masthead

ରେଭନ୍ତଙ୍କ ଷ୍ଟାଇଲରେ ଲଢିବେ ଶରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଭନ୍ତଙ୍କ ଷ୍ଟାଇଲରେ ଲଢିବେ ଶରତ । ତେଲେଙ୍ଗାନାକୁ ଦେଖି ଶିଖିବ ଓଡ଼ିଶା କଂଗ୍ରେସ । ଏମିତି କିଛି ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ ଗାନ୍ଧି । ୨୪ରେ କ୍ଷମତାକୁ ଆସିବାକୁ ହେଲେ ତେଲେଙ୍ଗାନା ଢାଞ୍ଚାରେ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ହେବ । ରାହୁଲ କହିଛନ୍ତି ଯଦି ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିପାରିଲା ଓଡ଼ିଶାରେ କାହିଁକି କ୍ଷମତାକୁ ଆସିପାରବ ନାହିଁ । ଦୃଢ ମନୋବଳ ସହ ଏକାଠି ହୋଇ କାମ କଲେ ଏହା ସମ୍ଭବ ହୋଇପାରିବ । ଗତକାଲି ହୋଇଥିବା ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜନ ଖଡ଼ଗେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା ।

ରାହୁଲ ଗାନ୍ଧି କହିଥିଲେ ତେଲଙ୍ଗାନାରେ ବରିଷ୍ଠ ନେତାମାନେ ଏକାଠି ହୋଇ ହୋଇ କାମ କରିବା ଦ୍ବାରା ସେଠାରେ କଂଗ୍ରେସ ଭୋଟ ୧୯ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇ ଦଳ କ୍ଷମତାସୀନ ହୋଇଛି । ରାଜ୍ୟରେ କଂଗ୍ରେସ ଦଳ ତରଫରୁ ଆନ୍ଦୋଳନତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି-ବିଜେପି ଦଳର ଭିତିରି ସମ୍ପର୍କ ଏବଂ ଦୁର୍ନୀତିକୁ ପଦାକୁ ଆଣିବା ସହ ଲୋକଙ୍କ ମଧ୍ୟରେ କଂଗ୍ରେସ ଦଳ ପ୍ରତି ବିଶ୍ବାସ ସୃଷ୍ଟି କରିବାକୁ ଜୋର ଦେଇଥିଲେ । ଓଡ଼ିଶାରେ କଂଗ୍ରେସ ଭୋଟ ପ୍ରତିଶତ ବଢ଼ାଇବା ତେଲେଙ୍ଗାନା ସୂତ୍ର ଆପଣାଇ ଜନସମର୍ଥନ ରହିଥିବା ରାଜନୈତିକ ନେତାଙ୍କୁଦଳରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଖଡ଼ଗେ ସମାନ ଢ଼ଙ୍ଗରେ ଓଡ଼ିଶା ନେତାଙ୍କୁ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା