Masthead

ରେଭନ୍ତଙ୍କ ଷ୍ଟାଇଲରେ ଲଢିବେ ଶରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଭନ୍ତଙ୍କ ଷ୍ଟାଇଲରେ ଲଢିବେ ଶରତ । ତେଲେଙ୍ଗାନାକୁ ଦେଖି ଶିଖିବ ଓଡ଼ିଶା କଂଗ୍ରେସ । ଏମିତି କିଛି ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ ଗାନ୍ଧି । ୨୪ରେ କ୍ଷମତାକୁ ଆସିବାକୁ ହେଲେ ତେଲେଙ୍ଗାନା ଢାଞ୍ଚାରେ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ହେବ । ରାହୁଲ କହିଛନ୍ତି ଯଦି ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିପାରିଲା ଓଡ଼ିଶାରେ କାହିଁକି କ୍ଷମତାକୁ ଆସିପାରବ ନାହିଁ । ଦୃଢ ମନୋବଳ ସହ ଏକାଠି ହୋଇ କାମ କଲେ ଏହା ସମ୍ଭବ ହୋଇପାରିବ । ଗତକାଲି ହୋଇଥିବା ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜନ ଖଡ଼ଗେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା ।

ରାହୁଲ ଗାନ୍ଧି କହିଥିଲେ ତେଲଙ୍ଗାନାରେ ବରିଷ୍ଠ ନେତାମାନେ ଏକାଠି ହୋଇ ହୋଇ କାମ କରିବା ଦ୍ବାରା ସେଠାରେ କଂଗ୍ରେସ ଭୋଟ ୧୯ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇ ଦଳ କ୍ଷମତାସୀନ ହୋଇଛି । ରାଜ୍ୟରେ କଂଗ୍ରେସ ଦଳ ତରଫରୁ ଆନ୍ଦୋଳନତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି-ବିଜେପି ଦଳର ଭିତିରି ସମ୍ପର୍କ ଏବଂ ଦୁର୍ନୀତିକୁ ପଦାକୁ ଆଣିବା ସହ ଲୋକଙ୍କ ମଧ୍ୟରେ କଂଗ୍ରେସ ଦଳ ପ୍ରତି ବିଶ୍ବାସ ସୃଷ୍ଟି କରିବାକୁ ଜୋର ଦେଇଥିଲେ । ଓଡ଼ିଶାରେ କଂଗ୍ରେସ ଭୋଟ ପ୍ରତିଶତ ବଢ଼ାଇବା ତେଲେଙ୍ଗାନା ସୂତ୍ର ଆପଣାଇ ଜନସମର୍ଥନ ରହିଥିବା ରାଜନୈତିକ ନେତାଙ୍କୁଦଳରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଖଡ଼ଗେ ସମାନ ଢ଼ଙ୍ଗରେ ଓଡ଼ିଶା ନେତାଙ୍କୁ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ