Masthead

ଏକ୍ସ ଆକାଉଣ୍ଟ ହ୍ୟାକକୁ ନେଇ ଏଲନ ମସ୍କ ଓ ରୋଜୋଙ୍ଗେଲା ମୁହାମୁହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବ୍ରାଜିଲ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ । ଏଲନ ମସ୍କ ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କ ମଧ୍ୟରେ ଝଗଡ଼ା । ଆକାଉଣ୍ଟ ହ୍ୟାକ ହେବା କାରଣରୁ ଏଲନ୍ ମସ୍କଙ୍କ ସହ ମୁହାଁମୁହିଁ ହୋଇଛନ୍ତି ବ୍ରାଜିଲ ରାଷ୍ଟ୍ରପତିଙ୍କ ସ୍ତ୍ରୀ ରୋଜୋଙ୍ଗେଲା ଜାନଜା ଲୁଲା । ଡିସେମ୍ବର ୧୧ ରେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ବ୍ରାଜିଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରୋଜୋଙ୍ଗେଲାଙ୍କ ଆକାଉଣ୍ଟରେ ୧.୨ ମିଲିୟନ୍ ଫଲୋର୍ସ ଅଛନ୍ତି । ରୋଜୋଙ୍ଗେଲାଙ୍କ ଆକାଉଣ୍ଟରରେ ହ୍ୟାକର୍ ଅଶ୍ଳୀଳ ଚିତ୍ର ଏବଂ ଅପମାନ ଜନକ ପୋଷ୍ଟ ସେୟାର କରିଥିଲେ। ତେବେ ଏହାକୁ ନେଇ ରାଗିଯାଇଥିଲେ ରୋଜାଙ୍ଗେଲା ।

ଏଲନ ମସ୍କଙ୍କୁ ଟାର୍ଗେଟ କରି କହିଥିଲେ ସେ ଏକ ଗୁରୁତର ଘଟଣାକୁ ଅବମାନନା କରିଛନ୍ତି । ଯାହା କେବଳ ମୋର ନୁହେଁ ପ୍ରତିଦିନ ୟୁଜ କରୁଥିବା ହଜାର ହଜାର ମହିଳାଙ୍କୁ ପ୍ରଭାବିତ କରିଛି । ଜନଜା ସପ୍ତାହେ ପୂର୍ବରୁ ଏହି କମ୍ପାନୀ ବିରୋଧରେ ମକଦ୍ଦମା କରିବା ପାଇଁ ଧମକ ଦେଇଥିଲୋ । ସେ ଅଭିଯୋଗ କରିଥିଲେ କମ୍ପାନୀ ଆକାଉଣ୍ଟ ଫ୍ରିଜ , ପୋଷ୍ଟ ହଟାଇବାକୁ କରାଯାଇଥିବା ଅନୁରୋଧର ଜବାବ ଦେବା ପାଇଁ ଲେଟ କରୁଛି । ସେପଟେ ଏଲନ ମସ୍କ କହିଛନ୍ତି ଏଥିପାଇଁ ମୋ କମ୍ପାନୀ ଦାୟୀ ନୁହେଁ । ଯଦି କେହି ତାଙ୍କ ଇମେଲ ପାସୱାର୍ଡ ଅନୁମାନ ଜାଣନ୍ତି ତେବେ ଏଥିପାଇଁ ଆମେ ଜିମେଦାରୀ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ