Masthead

ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆର ନୂଆ ସଭାପତି ଚୟନ ପରେ କୁସ୍ତି ଛାଡିଲେ ସାକ୍ଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୁସ୍ତିରୁ ସନ୍ୟାସ ନେଲେ ଯୁବ ରେସଲର୍ ସାକ୍ଷୀ ମଲିକ। ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆ (WFI)ର ନୂଆ ସଭାପତି ଚୟନ ପରେ କୁସ୍ତି ଛାଡିଲେ ସାକ୍ଷୀ। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ କୁସ୍ତିର ସନ୍ୟାସ ନେଉଛି। WFI ନିର୍ବାଚନ ବ୍ରିଜଭୂଷଣଙ୍କ ପରି ଆଉ ଜଣେ ବ୍ୟକ୍ତି ଜିତିଗଲେ। ସେପଟେ ନିର୍ବାଚନରେ ଜିତିବା ପରେ ସଂଜୟ ସିଂ ଗଣମାଧ୍ୟମକୁ କହିଛନ୍ତି, “ଜାତୀୟ ଶିବିର (କୁସ୍ତି ପାଇଁ) ସଂଗଠିତ ହେବ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ରାଜନୀତି କରିପାରିବେ, ଯେଉଁମାନେ କୁସ୍ତି କରିବାକୁ ଚାହୁଁଛନ୍ତି ସେମାନେ କୁସ୍ତି କରିବେ।”ସଞ୍ଜୟ WFIର ପୂର୍ବ କାର୍ଯ୍ୟନିର୍ବାହୀ ପରିଷଦରେ କାର୍ଯ୍ୟ କରିଥିଲେ । ୨୦୧୯ ପରଠାରୁ ସେ ଜାତୀୟ ଫେଡେରେଶନର ଯୁଗ୍ମ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସେପଟେ ଏହି ଘଟଣା ପରେ ରେସଲର ବଜରଙ୍ଗ ପୁନିଆ କହିଛନ୍ତି, ଖେଳ ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ବ୍ରିଜଭୂଷଣ ଶରଣ ସିଂହଙ୍କ ସହ ସଂଶ୍ଲିଷ୍ଟ କୌଣସି ବ୍ୟକ୍ତି ଫେଡେରେସନକୁ ଆସିବେ ନାହିଁ। କିନ୍ତୁ ମୋତେ ଲାଗୁନି ଝିଅଙ୍କୁ ନ୍ୟାୟ ମିଳିବ ବୋଲି। ଏହି ନିର୍ବାଚନରେ ବ୍ରିଜଭୂଷଣଙ୍କର ନିଜ ଲୋକ ଜିତିଯାଇଛନ୍ତି। ସରକାର ଆମକୁ ନ୍ୟାୟ ଦେବାରେ ବିଫଳ ହୋଇଛି କିନ୍ତୁ ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି । ସେ ଆମକୁ ନିଶ୍ଚୟ ନ୍ୟାୟ ଦେବେ। ସେପଟେ ସାକ୍ଷୀଙ୍କ ସନ୍ୟାସ ନେବା ଅବସରରେ ବିନେଶ ଫୋଗୋଟ୍ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଛନ୍ତି ଯେ ଏହି ଘଟଣା ସତରେ ଦୁଃଖଦାୟକ। ଆମେ ଲଢିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଆମକୁ ନ୍ୟାୟ ମିଳିଲା ନାହିଁ । ଏବେ କୁସ୍ତିର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି