Masthead

ପୂରଣ ହେଲା ମାନସିକ, ଜୋତା ପିନ୍ଧାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ମାନସିକ ପୂରଣ ହେଲା, ଜୋତା ପିନ୍ଧିଲେ । ୬ ବର୍ଷ ପରେ ପାଦରେ ଜୋତା ପିନ୍ଧିଲେ । ନିର୍ବାଚନରେ ବିଜେପି କ୍ଷମତାକୁ ଆସୁ ବୋଲି ମାନସିକ ରଖିଥିଲେ । ସେବେ ଠାରୁ ସେ ଖାଲି ପାଦରେ ଚାଲୁଥିଲେ । ମଧ୍ୟପ୍ରଦେଶର ଅନୁପୁର ବିଜେପି ଜିଲ୍ଲା ସଭାପତି ରାମଦାସ ପୁରୀ । ଆସନ୍ତା ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପିର ବିଜୟ କାମନା କରି ରାମଦାସ ପୁରୀ ଜୋତା ପିନ୍ଧିବେନି ବୋଲି ୨୦୧୭-୧୮ ମସିହାରେ ମାନସିକ ରଖିଥିଲେ ।

ସେହି ଦିନଠାରୁ ସେ ଜୋତା କି ଚପଲ କିଛି ବି ବ୍ୟବହାର କରୁନଥିଲେ । ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ମାନସିକ ପୂରଣ ହେବା ପରେ ଅନୁପୁର ବିଜେପି ଜିଲ୍ଲା ସଭାପତି ରାମଦାସ ପୁରୀଙ୍କୁ ଜୋତା ପିନ୍ଧାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ବିଜେପିର ବିରାଟ ବିଜୟ ହୋଇଛି । ୨୩୦ ଆସନରୁ ୧୬୫ ଆସନ ଅର୍ଥାତ ଦୁଇ ତୃତୀୟାଂଶରୁ ଅଧିକ ସିଟ୍ ଜିତିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା