ayodhya ram pkg

https://youtu.be/rzKc4_CdpxA

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୟ ଶ୍ରୀରାମ ଜୟ ଶ୍ରୀରାମ ଧ୍ୱନିରେ ଫାଟୁଛି ଅଯୋଧ୍ୟା । ଆସୁଛନ୍ତି ରାମଲାଲା । ଆସିଛି ଶୁଭ ମୁହୂର୍ତ୍ତ । ଆଉ କିଛି ଦିନରେ ହେବ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଉତ୍ସବମୁଖର ରାମ ନଗରୀ । ସବୁଠି ଆରମ୍ଭ ହେଲାଣି ସାଜସଜ୍ଜା । ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜାନୁଆରୀ ୨୨ ନଜଦିଖ ଆସୁଛି । ମନ୍ଦିର ଉଦଘାଟନକୁ ନେଇ ଏବେ ଚଳଚଞ୍ଚଳ ସମଗ୍ର ଅଯୋଧ୍ୟା । ଚାଲିଛି ଜୋରସୋର ପ୍ରସ୍ତୁତି । ଏହି ମନ୍ଦିର ଉଦଘାଟନ ପାଇଁ ଦେଶରୁ ଉପହାର ଆସିବା ସହିତ ଦେଶ ବହାରୁ ମଧ୍ୟ ଉପହାର ଭେଟି ଦେଉଛନ୍ତି । ଆଉ ଏହି ତାଲିକା ସାମିଲ ହୋଇଛି ରାମଲାଲାଙ୍କ ମାମୁଁ ଘର ଓ ଶ୍ୱଶୁର ଘର । ପ୍ରଭୁ ଶ୍ରାରାମଙ୍କ ମାମୁଁଘର ଛତିଶଗଡ଼ରୁ ଚାଉଳ ଆସିବ । ସେହିପରି ଶ୍ୱଶୁର ଘର ନେପାଳ ଜନକପୁରରୁ ଲାଲାଙ୍କ ପାଇଁ ପୋଷାକ,ମିଠା ତଥା ୧୧୦୦ଟି ଥାଳି ଆସିବ ।

ଏହାକୁ ଛାଡିଦେଲେ ଭାରତର ଅନେକ ରାଜ୍ୟରୁ ଅନେକ ଜିନିଷ ଆସୁଛି ଭେଟି । ତେବେ କେଉଁ ସ୍ଥାନରୁ କ’ଣ ଭେଟି ଆସୁଛି ଆସନ୍ତୁ ଜାଣିବା । ମାମୁଁଘର ଛତିଶଗଡ଼ରୁ ଆସୁଥିବା ୩ କ୍ୱିଣ୍ଟାଲ ଚାଉଳ ଭେଟି ସବୁଠାରୁ ବଡ଼ ଉପହାର ମାନଙ୍କ ମଧ୍ୟରୁ ଅନ୍ୟତମ । ଯାହା ଛତିଶଗଡ଼ର ସମସ୍ତ ଜିଲ୍ଲାରୁ ଚାଉଳ ସଂଗ୍ରହ କରି ଅଯୋଧ୍ୟା ପଠାଯିବ । ଶ୍ରୀରାମଙ୍କ ଶ୍ୱଶୁରଘର ନେପାଳର ଜନକପୁରରୁ ଆସୁଥିବା ପୋଷାକ, ଫଳ, ମିଠା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜାନୁୟାରୀ ୫ ସୁଦ୍ଧା ଅଯୋଧ୍ୟା ପହଞ୍ଚିବ । ଏଥି ସହିତ ସେଠାରୁ ୧୧୦୦ ଉପହାର ଭରା ଥାଳି ମଧ୍ୟ ଭଗବାନଙ୍କ ପାଇଁ ପଠାଯାଉଛି । ନେପାଳରୁ ଆଭୂଷଣ, ବାସନ, ବସ୍ତ୍ର ଏବଂ ମିଠା ବ୍ୟତୀତ ଭାର ମଧ୍ୟ ଆସିବ । ଏଥିରେ ୫୧ ପ୍ରକାରର ମିଠା, ଲହୁଣି ଏବଂ ଦହି ସହିତ ରୂପାର ବାସନ ମଧ୍ୟ ସାମିଲ ରହିଛି । ସେହିପରି ଉତ୍ତରପ୍ରଦେଶର ଏଟାରୁ ରାମଲଲାଙ୍କ ଦରବାରରେ ୨୧ କିଲୋର ଘଣ୍ଟି ଆସି ପହଞ୍ଚିବ । ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏହାକୁ ନିର୍ମାଣ କରିବା ପାଇଁ ୪୦୦ ଜଣ କାରିଗରଙ୍କୁ ଦାୟିତ୍ୱ ଦିଆଯାଇଛି ।ଏହି ଘଣ୍ଟାର ଚଉଡ଼ା ୧୫ ଫୁଟ ଏବଂ ଭିତରର ଓସାର ୫ ପୁଟ ରହିଛି । ତେବେ ଏହାର ଓଜନ ୨୧୦୦ ହୋଇଥିବା ବେଳେ ଘଣ୍ଟାକୁ ପ୍ରସ୍ତୁତ କରିବା ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଛି । ତେବେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ଗୁଜରାଟରୁ ଆସୁଥିବା ୧୦୮ ଫୁଟ ଲମ୍ବା ଧୂପକାଠି । ଏହାକୁ ପଞ୍ଚଗବ୍ୟ ଏବଂ ଦହନ ସାମଗ୍ରୀ ସହ ଗାଇ ଗୋବରରୁ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ୩୫୦୦ କିଲୋ ହୋଇଥିବା ବେଳେ ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସରୁ ଅଧିକ ସମୟ ଲାଗିଛି । ପ୍ରାଣ ପ୍ରତିଷ୍ଠା ପରେ ଭଗବାନ ଶ୍ରୀରାମଙ୍କ ଚରଣ ପାଦୁକା ମଧ୍ୟ ସେଠାରେ ସ୍ଥାପନ କରାଯିବ । ବର୍ତ୍ତମାନ ପ୍ରଭୁଙ୍କ ଏହି ପାଦୁକାକୁ ଦେଶବ୍ୟାପୀ ଭ୍ରମଣ କରାଯାଉଛି । ଦେଶଭ୍ରମଣ ପରେ ପାଦୁକାକୁ ଜାନୁୟାରୀ ୧୯ ତାରିଖରେ ଅଯୋଧ୍ୟାକୁ ଅଣାଯିବ ।

Leave a Reply

Your email address will not be published. Required fields are marked *