Masthead

ମନ୍ଦିର ଖୋଲିବା ଦାବୀ କଲା ଜଗନ୍ନାଥସେନା

ରଣପୁର ,(ବଡ଼ ଖବର ବ୍ୟୁରୋ):
ଆରମ୍ଭ ହୋଇଛି ପହିଲି କାର୍ତ୍ତିକ ।ଧର୍ମ ମାସ କାର୍ତ୍ତିକରେ ଶହ ଶହ ଶ୍ରଦ୍ଧାଳୁ ତଥା ଭକ୍ତ ମାନେ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲେ  କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।ସାରା ରାଜ୍ୟରେ କୋଭିଡ କଟକଣା ଯୋଗୁ ସମସ୍ତ ଦେବାଳୟରେ ସାଧାରଣ ଭକ୍ତଙ୍କର ପ୍ରବେଶକୁ ନିଷେଧ କରାଯାଇଛି ।ଯାହାର ପ୍ରଭାବ ଦେଖିବାକୁ ମିଳିଛି    ରଣପୁର ଶ୍ରୀ ଜଗନ୍ନାଥମନ୍ଦିରରେ । କରୋନା କଟକଣା ଯୋଗୁ ଭକ୍ତମାନେ ସାଧାରଣ ଦର୍ଶନରୁ  ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ଦିରକୁ ଭକ୍ତଙ୍କର ପ୍ରବେଶକୁ ନିଷେଧ କରାଯାଇଥିବାରୁ  ସେବାୟତ ମାନେ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।ଭକ୍ତ ନଥିଲେ କାହା ପାଇଁ ସେବା ପୂଜା କରିବେ ବୋଲି ସେମାନେ ଓଲଟି ପ୍ରଶ୍ନ କରିଛନ୍ତି । ଏସବୁ ଦାବିକୁ ନେଇ କୋଭିଡ ନିୟମକୁ ଅନୁସରଣ କରି ଆଜି ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ତରଫରୁ ଏକ ବୈଠକ  କରାଯାଇଛି ।ଯେଉଁଥିରେ ମନ୍ଦିରର ସେବାୟତ, ବୁଦ୍ଧିଜୀବୀ,ଶିକ୍ଷାବିତ ତଥା ଜନସାଧାରଣ ଯୋଗ ଦେଇଛନ୍ତି ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା କରାଯାଉ ବୋଲି ସେନା ତରଫରୁ ଦାବି କରାଯାଇଛି ।ଏ ନେଇ ଏକ ଦାବିପତ୍ର ଦେବୋତ୍ତର ବିଭାଗର ମୁଖ୍ୟ ଅଧିକାରୀ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।

 ଶ୍ରଦ୍ଧାଳୁଙ୍କର ଭାବାବେଗକୁ ସହୃଦୟତାର ସହ ଉପଲବ୍ଧି କରି   ସମସ୍ୟାର ସମାଧାନ କରିବାକୁ  ରଣପୁର ବାସୀ ନିବେଦନ କରିଛନ୍ତି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼