Masthead

କଥା ଦେଇଥିଲେ, ଫେରୁ ଫେରୁ ଲାଗିଗଲା ୪୬ ବର୍ଷ

ରାୟଗଡ଼ା  (ବଡ଼ ଖବର ବ୍ୟୁରୋ): ରକ୍ତ କଂଗ୍ରେସ, ଦେହ ବିଜେଡି । କଥା ଦେଇଥିଲେ କଂଗ୍ରେସ ଦଳକୁ ଫେରିବେ । କିନ୍ତୁ ଫେରୁ ଫେରୁ ଲାଗିଗଲା ୪୬ ବର୍ଷ । ରାୟଗଡ଼ାରେ ଚାଲିଥିଲା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକଙ୍କ ଶ୍ରାଦ୍ଧ ଦିବସ । ଯୋଗ ଦେଇଥିଲେ କଂଗ୍ରେସର ବଡ଼ ବଡ଼ ନେତା । ସେମାନଙ୍କ ମଧ୍ୟରେ ଥିଲେ ତାରା ବାହିନୀପତି, ସପ୍ତଗିରି ଉଲ୍ଲାକ ଓ ଜୟରାମ ପାଙ୍ଗୀ । ଆଉ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ଜୟରାମ ପାଙ୍ଗୀଙ୍କ ଭାଷଣ । ପାଙ୍ଗୀ କହିଥିଲେ ବିଜୁବାବୁଙ୍କ ସହ ହେଲିକପ୍ଟରେ ବୁଲିବା ପରେ ବିଜେଡିକୁ ଛାଡ଼ି ପାରିନଥିଲି । ବିଜେଡିର କଟର ବିରୋଧୀ ଦଳ ହେଉଛି କଂଗ୍ରେସ । କଂଗ୍ରେସର କୌଣସି ନେତା ବିରୋଧ ପଦଟିଏ କେବେ କହିନାହିଁ ।

କଂଗ୍ରେସକୁ କଥା ଦେଇଥିଲି । ଦଳର ଅବସ୍ଥା ଭଲ ନଥିଲା । ୨୦୧୪ରେ ଆସିପାରିଲି ନାହିଁ ।ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯୁବ କଂଗ୍ରେସ ଅମଳରୁ ରାମଚନ୍ଦ୍ରଙ୍କ ସହିତ ମୋର ସମ୍ପର୍କ ଥିଲା । ରାମଚନ୍ଦ୍ରଙ୍କ ନେତୃତ୍ୱରେ ଦଳ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ରହିଥିଲା । ଏବେ କଂଗ୍ରେସ ସମସ୍ତ କର୍ମୀଙ୍କୁ ନେଇ ଆଗାମୀ ନିର୍ବାଚନ ଲଢିବ । ଅନ୍ୟପଟେ ଶ୍ରାଦ୍ଧ ଦିବସକୁ ନେଇ ତେଜିଛି ବିଦାଦ । ସମାଲୋଚନା କହିଛନ୍ତି ରାଜନୀତି ବିଶେଷଜ୍ଞ ଓ ସାଧାରଣ ଜନତା । ରାଜନୀତି ମଇଦାନରେ ପୁରୁଣା ଖେଳାଳି ହେଉଛନ୍ତି ଜୟରାମ । ଏବେ ବି ତାଙ୍କ ସମର୍ଥକଙ୍କ ସଂଖ୍ୟା ବେଶ ଭଲ ରହିଛି । ଏହି ମହାମିଳିନ ପରେ କଂଗ୍ରେସ ଏକ ବଡ଼ ଖେଳ ପାଇଁ ଅଭ୍ୟାସ ଚଲାଇଥିବା ଚର୍ଚ୍ଚା ହେଉଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼