Masthead

ପୁରୀର ଇନ୍ଦ୍ରଦୁମ୍ନ ପୋଖରୀରୁ ଠାବ ହେଲା ସୁଡ଼ଙ୍ଗ ସଦୃଶ ନଳା

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରୁ ସୁଡ଼ଙ୍ଗ ଠାବ । ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଅନ୍ୟତମ । ଏହି ପୁଷ୍କରିଣୀରୁ ସୁଡ଼ଙ୍ଗ ସଦୃଶ ନଳା ଠାବ ହୋଇଛି। ଅନେକ ଏହାକୁ ପୁରାତନ ସୁଡ଼ଙ୍ଗ କହି ଚର୍ଚ୍ଚା କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ଏହାକୁ କିନ୍ତୁ ନଳା ବୋଲି କହିଛନ୍ତି । ସୁଡ଼ଙ୍ଗ ସଦୃଶ ନଳାଟି ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଠାବ ହୋଇଥିବା ସୁଡ଼ଙ୍ଗ ସଦୃଶ ନଳାର ଶେଷ ପର୍ଯ୍ୟନ୍ତ ମାଟି ବାହାର କଲେ ଅନେକ ଐତିହ୍ୟ ବିଷୟରେ ଜାଣିହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ତେବେ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ପୂର୍ବରୁ ମୂଷା ନଇକୁ ସଂଯୋଗିକରଣ ନାଳ ସବୁ କରାଯାଇଥିଲା ଓ ଏହା ସେହି ନାଳ ବୋଲି କହିଛନ୍ତି ବୁଦ୍ଧିଜୀବୀ ହରିଶଙ୍କର ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ