Masthead

ପୁରୀ ବିଜେଡିରେ ପଡ଼ିଲା ପ୍ୟାଚ୍?

ପୁରୀ (ବଡ଼ ଖବର ବ୍ୟୁରୋ): ମହେଶ୍ୱରଙ୍କ ବିୟୋଗ ପରେ ଏକାଠି ହେବେ କି ସୁନୀଲ ଶୁଭାଶିଷ । ପ୍ରତିଷ୍ଠା ଦିବସରେ ପୁରୀ ବିଜେଡିର ଗୋଷ୍ଠୀ କନ୍ଦଳରେ ପଡ଼ିଲା କି ପ୍ୟାଚ୍ । ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସରେ ସମସ୍ତଙ୍କ ନଜର ଥିଲା ପୁରୀ ବିଜେଡି ଉପରେ । କାରଣ ପୂର୍ବ ବର୍ଷମାନଙ୍କରେ ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଗୋଟିଏ ଜାଗାରେ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ସମାନ୍ତରାଳ ଭାବେ ଶୁଭାଶିଷ୍ ଖୁଣ୍ଟିଆଙ୍କ ନେତୃତ୍ୱରେ ଆଉ ଗୋଟିଏ ଜାଗାରେ ପାଳନ ହେଉଥିଲା । ଯାହାକୁ ନେଇ ଢ଼େର ଚର୍ଚ୍ଚା ହେଉଥିଲା । ଗୋଟିଏ ଦଳର ଗୋଟିଏ ଜାଗାରେ ୨ ଟି ଭିନ୍ନ ଭିନ୍ନ ପ୍ରତିଷ୍ଠା ଦିବସ ପାଳନ ଦଳର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଥିଲା । କିନ୍ତୁ ଦଳ ଏହାକୁ ଦୂର କରିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇପାରୁନଥିଲା । କାହାରିକୁ ସନ୍ତୁଷ୍ଟ କରି ପାରୁନଥିଲା ।

ଏବେ ମହେଶ୍ୱର ମହାନ୍ତିଙ୍କ ସ୍ଥାନରେ ତାଙ୍କ ଉତ୍ତରାଧିକାରୀ ହେବାକୁ ସୁନୀଲ ମହାନ୍ତି ଚେଷ୍ଟା ଚଳାଇଛନ୍ତି । ଏପଟେ ଶୁଭାଶିଷ ଖୁଣ୍ଟିଆ ବି ଜୋରସୋରରେ ଚେଷ୍ଟା ଚଳାଇଛନ୍ତି କେମିତି ଏଥର ବିଧାନସଭା ଟିକେଟ ହାତେଇ ପାରିବେ । ଆଜି ପ୍ରତିଷ୍ଠା ଦିବସ ଉପରେ ଯେତେବେଳେ ସମସ୍ତଙ୍କ ନଜର ଥିଲା, ସାମ୍ନାକୁ ଆସିଥିଲା ଏକାଠି ହେବାର ଚିତ୍ର । ଗୋଟିଏ ମଂଚରେ ସୁନୀଲ ଆଉ ଶୁଭାଶିଷ୍ ଏକାଠି ହୋଇଥିଲେ । ଯାହାକୁ ନେଇ ଆଲୋଚନା ହେଉଛି ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ପୁରୀ ବିଜେଡି ଗୋଷ୍ଠୀକନ୍ଦଳରେ ପ୍ୟାଚ ପକାଇବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ୨ଜଣଙ୍କ ଲଢେଇରେ ତୃତୀୟ ପକ୍ଷ ଲାଭ ନେଇଯିବ ବୋଲି ଚର୍ଚ୍ଚା ବଢିଥିବାରୁ ଉଭୟଙ୍କ ଭିତରର ଅସନ୍ତୋଷକୁ ପ୍ୟାଚ ପକାଇ ବାହାରେ ଖୁସିଥିବା ଜଣାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ