Before Header

ଇଡିର ପଚରାଉଚରା ସମୟରେ ଅସୁସ୍ଥ ହୋଇପଡ଼ିଲେ ଶିବସେନା ନେତା

0 14

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରର ସି.ଟି କୋଅପରେଟିଭ ବ୍ୟାଙ୍କ ଠକେଇ ମାମଲାରେ ଶିବସେନା ନେତାଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଏନେଇ ଅମ୍ରାବତୀର ପୂର୍ବତନ ଶିବସେନା ସାଂସଦ ଆନନ୍ଦରାଓ ଆଡସୁଲ ଏବଂ ତାଙ୍କ ପୁଅ ଅଭିଜିତ ଆଡସୁଲଙ୍କୁ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡ଼କା ଯାଇଥିଲା ।

ହେଲେ ଆନନ୍ଦରାଓ ଇଡି ଆଗରେ ହାଜର ହୋଇନଥିଲେ । ଏହା ପରେ ଇଡି ଅଧିକାରୀମାନେ ଆନନ୍ଦରାଓଙ୍କ କାଣ୍ଡିଭାଲି ବାସଭବନରେ ପହଞ୍ଚି ଉଭୟଙ୍କୁ ପଚରାଉଚରା ଆରମ୍ଭ କରିଥିଲେ । ପଚରାଉଚରା ସମୟରେ ହଠାତ ଆନନ୍ଦରାଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.