Masthead

M.Philରେ ନାମଲେଖା ନକରିବାକୁ ଛାତ୍ରଛାତ୍ରୀଙ୍କୁ ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୟୁଜିସିର ବଡ଼ ନିଷ୍ପତ୍ତି । ଏମ୍.ଫିଲକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଅଯୋଗ୍ୟ । ଏମ୍.ଫିଲ ଏକ ମାନ୍ୟତାପ୍ରାପ୍ତ ଡିଗ୍ରୀ ନୁହେଁ । ତେଣୁ ଏପରି ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ ନକରିବାକୁ ୟୁଜିତି ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ଠାରୁ କୌଣସି ଶିକ୍ଷାନୁଷ୍ଠାନରେ ଏମ୍.ଫିଲରେ ନାମଲେଖା ହେବ ନାହିଁ ବୋଲି କୁହାଯାଇଛି । ୟୁଜିସିର ନୋଟିସ ଅନୁସାରେ ଏମ.ଫିଲ୍ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ । ୟୁଜିସି ସଚିବ ମନୀଷ ଯୋଷୀ କହିଛନ୍ତି କିଛି ବିଶ୍ୱବିଦ୍ୟାଳୟ ମାଷ୍ଟର୍ ଅଫ୍ ଫିଲୋସଫି ତଥା ଏମ୍.ଫିଲ୍ ପାଇଁ ନୂଆ ଆବେଦନ କରୁଥିବା ୟୁଜିସି ନଜରକୁ ଆସିଛି ।

ଏହି ପରିପ୍ରେକ୍ଷିରେ ସମସ୍ତଙ୍କୁ ଚେତାଇ ଦେବା ସହ ଏମ୍.ଫିଲ୍ ଡିଗ୍ରୀ ଆଉ ମାନ୍ୟତାପ୍ରାପ୍ତ ଡିଗ୍ରୀ ନୁହେଁ । ୟୁଜିସିର ନିୟମାବଳୀ-୨୦୨୨ର ନିୟମ କହୁଛି, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ଏଣିକି କୌଣସି ଏମଫିଲ୍ କୋର୍ସ ପ୍ରଦାନ କରିପାରିବେ ନାହିଁ । ଗତ ୨୦୨୨ ନଭେମ୍ବର ୭ରେ ୟୁଜିସି ଏହି ନିୟମ ସଂପର୍କିତ ବିଜ୍ଞପ୍ତି ଜାରି କରିବା ପରେ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜରେ ଏମଫିଲ୍ ପାଠ୍ୟକ୍ରମ ଉପରେ ନିଷେଧାଦେଶ ଲାଗୁ ହୋଇଥିଲା । ୨୦୨୩-୨୦୨୪ ଶିକ୍ଷାବର୍ଷ ଠାରୁ ଏମଫିଲ୍ ପାଠ୍ୟକ୍ରମ ବନ୍ଦ କରିବାକୁ ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ