ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ

ବାରିପଦା (ବଡ଼ ଖବର ବ୍ୟୁରୋ): ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ । ଗତକାଲି ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ପରେ ସାମ୍ନାକୁ ଆସିଛି ଘଟଣା । ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି ଜ୍ୟୋତ୍ସ୍ନା ରାଣୀ ସାହୁ । ଶିକ୍ଷୟତ୍ରୀଙ୍କ ଘର ପୁରୀ ଜିଲ୍ଲାରେ ହେଇଥିବା ବେଳେ ସେ ଦୀର୍ଘଦିନ ହେଲା ଢେଙ୍କିନାଞ୍ଜିଆ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଶିକ୍ଷୟତ୍ରୀଙ୍କ ମୋବାଇଲ ଫୋନ୍ ମଧ୍ୟ ବନ୍ଦ ରହିଥିବାର ପରିବାର ଲୋକ ସୂଚନା ଦେଇଛନ୍ତି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜ୍ୟୋସ୍ନାରାଣୀ ଢେଙ୍କିନାଞ୍ଜିଆ ସ୍ଥିତ ସରକାରୀ ୟୁଜି ସ୍କୁଲରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଶନିବାର ସକାଳ ପ୍ରାୟ ୭ଟା ସମୟରେ ସେ ସ୍କୁଲକୁ ଯାଇ ସେଠାରୁ ଜନଗଣନା କାର୍ଯ୍ୟରେ ଯାଇଥିଲେ। ହେଲେ ଘରକୁ ନ ଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!