Masthead

ନଜର ପକାନ୍ତୁ କେତେ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ୧୬୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଆଜି କରୋନାରେ ୧୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୨ଜଣ, ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦଷ୍ଠଳ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ।

୨୪ ଘଣ୍ଟା ମଧ୍ୟରେ ୧୬୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୮୬ କ୍ୱାରେନଣ୍ଟାଇନ, ୭୦୯ ଲୋକାଲ କେସ୍ । ଖୋର୍ଦ୍ଧାରୁ ସର୍ବାଧିକ ୧୮୩, ବାଲେଶ୍ୱରରୁ ୧୨୮, ସୁନ୍ଦରଗଡ଼ରୁ ୧୧୦, କଟକରୁ ୧୦୩, ନୂଆପଡ଼ାରୁ ୯୨, ଅନୁଗୁଳରୁ ୮୩, ଜଗତସିଂହପୁରରୁ ୭୬, କେନ୍ଦୁଝରରୁ ୭୩, ବଲାଙ୍ଗୀରରୁ ୬୫, ଯାଜପୁରରୁ ୫୭, ବରଗଡ଼ରୁ ୫୬, ପୁରୀ ଓ ନବରଙ୍ଗପୁରରୁ ୫୧, କୋରାପୁଟ, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ଗଞ୍ଜାମରୁ ୪୫, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୪୨, ମାଲକାନଗିରିରୁ ୩୭, କଳାହାଣ୍ଡିରୁ ୩୬, ଭଦ୍ରକ, ଷ୍ଟେଟ୍ ପୁଲରୁ ୩୫, ନୟାଗଡ଼ରୁ ୩୨, ସୁବର୍ଣ୍ଣପୁରରୁ ୨୪, ରାୟଗଡ଼ାରୁ ୧୭, ଦେବଗଡ଼ ଓ ବୌଦ୍ଧରୁ ୧୧, ଗଜପତିରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ୪୨୮୦୨୭୪ଟି ସାମ୍ପୁଲ ପରୀକ୍ଷା ହୋଇଛି । ଏଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୫୮୨ । ୨ ଲକ୍ଷ ୫୯ ହଜାର ୪୧୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୮ ହଜାର ୮୮୨ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’