Masthead

ନୀନା ସିଂ ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ମୁଖ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦେଶର ପ୍ରମୁଖ ୩ ଅର୍ଦ୍ଧସୈନିକ ବଳକୁ ମିଳିଛନ୍ତି ନୂଆ ମୁଖିଆ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ବଳ (CRPF), କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ(CISF) ଓ ଭାରତ ତିବ୍ବତ ସୀମା ପୁଲିସ୍‌ (ITBP)ରେ ହୋଇଛି ଏହି ନୂଆ ନିଯୁକ୍ତି। ତେବେ ଭାରତ ଇତିହାସରେ ପ୍ରଥମ ଥର CISF ର ମୁଖିଆ ଜଣେ ମହିଳା ହୋଇଛନ୍ତି।କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF )ର ପ୍ରଥମ ମହିଳା ମୁଖ୍ୟ ଭାବେ ନୀନା ସିଂଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୯ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇପିଏସ୍‌ ଅଫିସର ନୀନା ସିଆଇଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କୁ ଉକ୍ତ କେନ୍ଦ୍ରୀୟ ବାହିନୀର ଡିଜି ଭାବେ ପଦୋନ୍ନତି ମିଳିଛି। ସେ ଏହି ପଦବୀରେ ଆସନ୍ତା ବର୍ଷ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବେ। ସିଆଇଏସ୍‌ଏଫ୍‌ ଦେଶର ବିମାନବନ୍ଦରଗୁଡ଼ିକ ସମେତ ଦିଲ୍ଲୀ ମେଟ୍ରୋ ଏବଂ ସରକାରୀ ବିଲ୍ଡିଂଗୁଡ଼ିକର ସୁରକ୍ଷାରେ ନିୟୋଜିତ ରହିଛି। ସେହିପରି ଗୋଇନ୍ଦା ବ୍ୟୁରୋ ଅଧିକାରୀ ରାହୁଲ ରାସଗୋତ୍ରାଙ୍କୁ ଇଣ୍ଡୋ-ତିବେତାନ୍‌ ବର୍ଡର ପୋଲିସ୍‌ (ଆଇଟିବିପି)ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର