ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ମଇଦାନ ଛାଡ଼ି ରାଜନୀତି ମଇଦାନରେ ଅମ୍ବାତି ରାୟଡ଼ୁ । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ୱାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି ଅମ୍ବାତି। ବିଜୟୱାଡାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଏହି କ୍ରିକେଟର ରାଜନୀତିରେ ସାମିଲ ହୋଇଛନ୍ତି। ସେ ୱାଇଏସଆରସିପି ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଥିଲେ। ରାୟଡୁ ଏମିତି ସମୟରେ ଦଳରେ ଯୋଗ ଦେଇଥିଲେ ଯେତେବେଳେ ସମସ୍ତ ଦଳ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଅମ୍ବାତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମୁଁ ଲୋକଙ୍କୁ ଜାଣିବାକୁ ଚେଷ୍ଟା କରିଥିଲି ଏବଂ ସେମାନଙ୍କ ସମସ୍ୟା ବୁଝିଥିଲି। ୨୯ ମେ’ରେ ଇଣ୍ଡିଆନ ପ୍ରିମିୟର ଲିଗ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ରାଇଡୁ ତାଙ୍କର ଶେଷ କ୍ରିକେଟ ମ୍ୟାଚ ଖେଳିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ନିଜ ଜନ୍ମସ୍ଥାନ ଗୁଣ୍ଟୁର ଜିଲାର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଲୋକମାନଙ୍କୁ ଭେଟିଥିଲେ।