ଆଦିବାସୀଙ୍କ ଲଢେଇରେ ସାମିଲ ହେବ ବିଜେପି

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଓପିଟିସିଆଲ ଜମି ଅଧିଗ୍ରହଣ ଘଟଣା । ଅଶାନ୍ତ ହେବାରେ ଲାଗିଛି କଳିଙ୍ଗନଗର । ଏହି ଘଟଣାକୁ ନେଇ ମୁହଁ ଖୋଲିଲେ ବିଜେପି ନେତା ପ୍ରଦୀପ ବଳ ସାମନ୍ତ । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେ କରି ଏହାର ସମାଧାନ କରିବାକୁ କଳିଙ୍ଗନଗର ଏଡିଏଏମଙ୍କ କାର୍ୟ୍ୟାଳୟରେ ଏକ ବୈଠକ ମଧ୍ୟ ଡକାଯାଇଥିଲା । ମାତ୍ର ଏଥିରେ ବି ବିଫଳ ହୋଇଥିଲା ଜିଲ୍ଲା ପ୍ରଶାସନ । ଜାନୁଆରୀ ୬ରେ ଆଉ ଏକ ବୈଠକ ଡକାଯାଇଛି । ବିଜେପି ନେତା ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଆଦିବାସୀଙ୍କ ସହ ବିଜେପି ଅଛି । ଦରକାର ପଡିଲେ ଆଦିବାସୀଙ୍କ ସହ ଏହି ଲଢେଇରେ ସାମିଲ ହେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଯଦି ଓପିଟିସିଏଲ ଜମି ପୂର୍ବରୁ କିଣିଛି ତେବେ କାହିଁକି ଜିଲ୍ଲା ପ୍ରଶାସନ ଏହାର ପ୍ରମାଣ ଦେଇପାରୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ