Masthead

ସାରା ରାଜ୍ୟରୁ ଷ୍ଟିଅରିଂ ଛାଡ଼ିବେ ୨ ଲକ୍ଷ ଡ୍ରାଇଭର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଆନେ୍ଦାଳନକୁ ଓହ୍ଲାଇଛି ଡ୍ରାଇଭର ମହାସଙ୍ଘ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତି ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି ଗୁରୁବାରଠାରୁ ପୁଣି ଥରେ ସମଗ୍ର ଦେଶରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି।

ଏଥିରେ ଓଡ଼ିଶାର ସମସ୍ତ ଡ୍ରାଇଭର ମଧ୍ୟ ସାମିଲ ହେବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାରଠାରୁ କେତେକ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡ଼ିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ। ଏ ନେଇ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଳି ସୂଚନା ଦେଇଛନ୍ତି। ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିବେ । ଏହା ଦ୍ୱାରା ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି । ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ଉପରେ ଏହାର ପ୍ରଭାବ ପଡିବ ବୋଲି ସତର୍କ କରିଛନ୍ତି ବଜାର ବିଶେଷଜ୍ଞ ।

୨୦୨୧ରୁ ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ଭୁଆଁ ବୁଲାଉଛନ୍ତି। କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍‌ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍‌, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି। ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହେଁ। ଆଇନକୁ ଆମେ ସ୍ବାଗତ କରୁଛି। ମାତ୍ର ଲୋକମାନଙ୍କ ପାଇଁ ମଧ୍ୟ ସରକାର ଆଇନ କରନ୍ତୁ। ଦୁର୍ଘଟଣା ପରେ ଡ୍ରାଇଭର ଆହତଙ୍କୁ ହସ୍ପିଟାଲ ନେବେ। ଲୋକଙ୍କ ମାଡ ଭୟରେ ଜୀବନ ବଞ୍ଚାଇବା ଡ୍ରାଇଭର ଗାଡି ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି। ଜଣେ ଡ୍ରାଇଭର ମାସକୁ ୧୦ରୁ ୧୫ ହଜାର ଟଙ୍କା ପାଇବ। ସେ କେମିତି ଏତେ ଟଙ୍କା ଭରଣା କରିବ। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଡ୍ରାଇଭର ପେଷାକୁ ଛାଡିବାକୁ ପଡିବ ବୋଲି ମେଣ୍ଡୁଳି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି