Masthead

ଥମାସଙ୍କ ସହ ବନ୍ଧୁ ବାନ୍ଧିଛି ଦୁଃଖ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ହାତରେ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛନ୍ତି । ସାହାରା କେବଳ ଦୁଇଟି ହାତ। ନିଜର ନିତ୍ୟକର୍ମ ନିଜେ କରିବାର ଚେଷ୍ଟା ଆଉ ପ୍ରୟାସ ଜାରି ରଖିଛି ।ଥମାସ ରଇତ । ଅଜଣା ରୋଗରେ ଆକ୍ରାନ୍ତ । ମଣିଷ ଜୀବନରେ ସୁଖଦୁଃଖର ସ୍ଥାନ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ମଣିଷକୁ ଟିକେ କଷ୍ଟ ହେଲେ ଭଗବାନଙ୍କୁ ଦୋଷ ଦିଏ । କିନ୍ତୁ କିଛି ଲୋକ ଜୀବନରେ ଦୁଃଖ ଉପରେ ଦୁଃଖ ସହି ଜୀବନ ରାସ୍ତାରେ ଆଗକୁ ବଢନ୍ତି ।ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସିନ୍ଦୂରଡ଼ାଙ୍ଗ ପଞ୍ଚାୟତ ବୁର୍କାପେଟା ଗାଁ ର ଥମାସ ରଇତ । ଅଜଣା ରୋଗରେ ଆକ୍ରାନ୍ତ । ଦୁଇ ଗୋଡ଼ ଅଚଳ । ନା ତାଙ୍କ ପାଖେ ଅଛି ରହିବାକୁ ଘର ।

ନା ଦି ଓଳି ଦି ମୁଠା ଖାଇବାକୁ ପାଉଛନ୍ତି । ଘରର ଛାତ କହିଲେ ଖୋଲା ଆକାଶ । ଶୋଇବା ଆଗରୁ ତାରା ଗଣୁଥିବାବେଳେ ସକାଳ ହେଲେ ସେହି ବାଟ ଦେଇ ସୂର୍ଯ୍ୟକିରଣ ପଡେ ଘର ଭିତରେ । ଯେମିତି ଦୁଃଖ ତାଙ୍କ ସହ ବନ୍ଧୁତା କରି ଦେଇଛି । ଦୁଃଖକୁ କାନ୍ଧରେ ବୋହି ଜୀବନ ସହ ଲଢିଚାଲିଛନ୍ତି ଥମାସ ଓ ତାଙ୍କ ପରିବାର । ବହୁ ପୂଜା ପାଠ କରି ବାପା ମଆ ପୁଅ ଜନ୍ମ କରିଥିଲେ । କିନ୍ତୁ ଖୁସିର ପରିବାରରେ ଅକସ୍ମାତ ପଡ଼ିଥିଲା ଚଡ଼କ ।ବିଧିର ବିଧାନ କିଛି ଅଲଗା ଥିଲା ।

ହଠାତ୍ ଏକ ଅଜଣା ରୋଗରେ ଥମାସ ରଇତ ପୀଡ଼ିତ ହୋଇ ଦୁଇଟି ଗୋଡ଼ ଅଚଳ ହେବାକୁ ଲାଗିଲା। ଖାଇବାକୁ ଦି ଓଳି ଦି ମୁଠା ସଂଘର୍ଷ କରୁଥିବା ବାପା ମା ଚିକିତ୍ସା ପାଇଁ ଟଙ୍କା ଆଣିବେ ବା କେଉଁଠୁ। ଦଇବ ଯେମିତି ଦାଉ ସାଜିଥିଲା ଏ ପରିବାର ଉପରେ । ଆଉ ଶେଷରେ ଥମାସ ହୋଇଗଲେ ଦିବ୍ୟାଙ୍ଗ। ପୁଅକୁ ନେଇ ସ୍ଵପ୍ନ ଦେଖିଥିଲେ ବାପା ମା । ପୁଅ ବଡ ହୋଇ ଆମର ସାହାରା ପାଲଟିବ । ହେଲେ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଥମାସ ଏବେ ହାତରେ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛି ।

ସାହାରା କେବଳ ଦୁଇଟି ହାତ। ନିଜର ନିତ୍ୟକର୍ମ ନିଜେ ବି କରିବାର ଚେଷ୍ଟା ଆଉ ପ୍ରୟାସ ଜାରି ରଖିଛି । ବାପା ମାଆ ପର ଘରେ କୁଲି ମଜୁରି କରି ଆଣିଲି ଘର ଚୂଲି ଜଳୁଛି। ନିରୀହ ବୃଦ୍ଧ ବାପା ମା ଆଉ କେତେ ଦିନ କୁଲି ଖଟିବେ । ତାକୁ ନେଇ ଚିନ୍ତାରେ ପୁଅ । ଯଦି ସରକାରଙ୍କ ତରଫରୁ କିଛି ସହାୟତା ମିଳେ ତେବେ ଛୋଟ ଦୋକାନଟିଏ କରି ରୋଜଗାରକ୍ଷମ ହୋଇଥାନ୍ତି ଥମାସ । ପାରଳାଖେମୁଣ୍ଡିରୁ ଫିଲିମାନ କରଡ଼ାଙ୍କ ରିପୋର୍ଟ ବଡ଼ ଖବର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ