Masthead

ପୁଣି ଇତିହାସ ରଚିଲା ଇସ୍ରୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ ଏଲ୧ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। ଏଲ୧ ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରିଯାବ ବୋଲି ଇସ୍ରୋ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ପହଞ୍ଚିଛି ଭାରତର ସାଟେଇଲାଇଟ୍ ।

ଏଲ- ୱାନ ପଏଣ୍ଟରେ ୫ ବର୍ଷ ଯାଏଁ ଏହା କାମ କରିବ । ହାଲୋ ଅରବିଟରେ ପ୍ରଦକ୍ଷଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସମ୍ପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ । ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।ଆଦିତ୍ୟ ଏଲ୍‌-୧ର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!