Masthead

କାହାକୁ ଆଉ ମୁଁ ଜ୍ୟୋତି ବୋଲି ଡାକିବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁଃଖ, ଜର୍ଜରିତ, ହୃଦୟ ବିଦାରକ । ସ୍ୱାମୀଙ୍କୁ ଖୋଜି ପାଗଳ ହେଉଥିଲେ । ଆଉ ଏବେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ପାଗଳପ୍ରାୟ । ନିଶ୍ୱାସ ଅଟକି ଯାଉଛି । ବଞ୍ଚି ବି ମୃତ୍ୟୁ ସହିତ ସମାନ । କ’ଣ କରିବି ? କୁଆଡ଼େ ଯିବ? କାହାକୁ ଆଉ ମୁଁ ଜ୍ୟୋତି ବୋଲି ଡାକିବି । ଭଗବାନ ଏ ସବୁ କ’ଣ ହୋଇଗଲା । ମୋ ଧନକୁ ମୁଁ କେମିତି ଚିହ୍ନି ପାରିଲିନି । ସତରେ ତମେ ମତେ ଏକା କରି ଚାଲିଗଲ ଜ୍ୟୋତି । ମୋ କଥା ଟିକେ ବି ଭାବିଲନି । କାନ୍ଦି କାନ୍ଦି ଚେତାଶୂନ୍ୟ ହେଉଛନ୍ତି । ମୁଣ୍ଡ ବାଡ଼େଇ ଚିକ୍ରାର କରୁଛନ୍ତି ମୋ ଧନ ଗଲେ କୁଆଡେ ? ମୁଁ କେମିତି ଜାଣିପାରିଲିନି? ଏ ହସ୍ପିଟାଲ ବାଲା ବି ମୋ ସ୍ୱାମୀଙ୍କୁ ଠିକରେ ଦେଖେଇଲେ ନାହିଁ । ଇଏ ହେଉଛି ଜ୍ୟୋତିଙ୍କ ସ୍ତ୍ରୀ ଅର୍ପିତାଙ୍କ ବୁକୁ ଫଟା ଚିକ୍ରାର ।

 

ସ୍ଥିତି ଏମିତି , କିଏ କାହାକୁ ବୁଝାଇବ କିଏ କାହାକୁ ସାନ୍ତ୍ୱନା ଦେବ କହି ହେଉନି । ହତଭାଗିନୀ ଅର୍ପିତା । ନା ସ୍ୱାମୀଙ୍କ ମୃତଦେହ ଦେଖିପାରିଲେ ନା ଶବସକ୍ରାର କରିପାରିଲେ । ଖାଲି ଅର୍ପିତା କାହିଁକି ପୁରା ପରିବାର ଏବେ ହତବାକ । କରିବେ ବା କ’ଣ । ଆଉ କ’ଣ ଜ୍ୟୋତି ଫେରିବ । ଥରେ ଦେଖନ୍ତୁ ସେ ବୁଢାବାପାକୁ । ମୁଣ୍ଡ ବାଡେଇ କାନ୍ଦୁଛନ୍ତି । ଆଉ କହୁଛନ୍ତି ସବୁ ସରିଗଲା । ମୋର ଆଉ କେହି ନାହାନ୍ତି । ମୁଁ ଅସହାୟ । ହାଇଟେକ ହସ୍ପିଟାଲ ଟ୍ରାଜେଡ଼ି ସବୁ ସାରିଦେଲା । ୪ ଜଣଙ୍କ ଜୀବନ ବରବାରଦ କରିଦେଲା । ଆଉ ୩ ବର୍ଷ ତଳେ ବିବାହ କରିଥିବା ଅର୍ପିତା ଏବେ କରିବେ ବା କ’ଣ?

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି