Before Header

ଖୁବଶୀଘ୍ର ସ୍କୁଲରେ ଆରମ୍ଭ ହେବ ପିଏମ-ପୋଷଣ ଯୋଜନା

0 4

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରସରକାର କ୍ୟାବିନେଟରେ ବଡ଼ ଘୋଷଣା କରିଛନ୍ତି । ତେବେ ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ସହାୟତା ସ୍କୁଲରେ ମିଡ଼ ଡେ ମିଲ ପାଇଁ ପିଏମ ପୋଷଣ ଯୋଜନା ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ୫ ବର୍ଷ ଚାଲିବ ବୋଲି ସୂଚନା ମିଳିଛି ।

ଏଥିରେ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟପଟେ ଯେଉଁ ମିଡ ଡେ ମିଲ ଯୋଜନା ଚାଲିଛି ତାହା ପିଏମ ପୋଷଣ ଯୋଜନା ସହ ମିଶିଯିବ । ପୂର୍ବାପେକ୍ଷା ଏହାକୁ ଆହୁରି ଭଲ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟରୁ ମିଳିଥିବା ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.