Masthead

ଏୟାର ଷ୍ଟ୍ରାଇକରେ ହେଜବୋଲ୍ଲାର ଟପ କମାଣ୍ଡର ନିହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାଜାରେ ଘନଘନ ଆକ୍ରମଣ କରୁଥିବା ଇସ୍ରାଏଲ ଏବେ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଛି। ଲେବାନନରେ ସକ୍ରିୟ ଥିବା ହେଜବୋଲ୍ଲାର ସ୍ୱତନ୍ତ୍ର ରାଡୱାନ ଫୋର୍ସକୁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ ମାଡ଼ କରିଛି। ଏହି ଷ୍ଟ୍ରାଇକରେ ରାଡୱାନର ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଛି । ସୋମବାର ଇସ୍ରାଏଲ ସେନା ଏହି ସୂଚନା ଦେଇଛନ୍ତି। ଲେବାନନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହେଜବୋଲ୍ଲାର ବରିଷ୍ଠ କମାଣ୍ଡର ୱିସମ ଅଲ ତାୱିଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେ ସାଥୀଙ୍କ ସହ ଏକ ଗାଡିରେ ଯାତ୍ରା କରୁଥିବା ବେଳେ ସୀମା ନିକଟରେ ଡ୍ରୋନ ଷ୍ଟ୍ରାଇକରେ ଅଲ ତାୱିଲଙ୍କର ମୃତ୍ୟୁ ଘଟିଥିଲା। ହିଜବୁଲା ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଇସ୍ରାଏଲକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି। ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜାରେ ମୃତ୍ୟୁ ସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ଗତ୨୪ଘଣ୍ଟା ମଧ୍ୟରେ ନିହତ ହୋଇଥିବା ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୨୪୯ଥିବାବେଳେ ୫୧୦ଜଣ ଆହତ ହୋଇଥିଲେ। ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ