Masthead

ଏୟାର ଷ୍ଟ୍ରାଇକରେ ହେଜବୋଲ୍ଲାର ଟପ କମାଣ୍ଡର ନିହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାଜାରେ ଘନଘନ ଆକ୍ରମଣ କରୁଥିବା ଇସ୍ରାଏଲ ଏବେ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଛି। ଲେବାନନରେ ସକ୍ରିୟ ଥିବା ହେଜବୋଲ୍ଲାର ସ୍ୱତନ୍ତ୍ର ରାଡୱାନ ଫୋର୍ସକୁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ ମାଡ଼ କରିଛି। ଏହି ଷ୍ଟ୍ରାଇକରେ ରାଡୱାନର ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଛି । ସୋମବାର ଇସ୍ରାଏଲ ସେନା ଏହି ସୂଚନା ଦେଇଛନ୍ତି। ଲେବାନନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହେଜବୋଲ୍ଲାର ବରିଷ୍ଠ କମାଣ୍ଡର ୱିସମ ଅଲ ତାୱିଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେ ସାଥୀଙ୍କ ସହ ଏକ ଗାଡିରେ ଯାତ୍ରା କରୁଥିବା ବେଳେ ସୀମା ନିକଟରେ ଡ୍ରୋନ ଷ୍ଟ୍ରାଇକରେ ଅଲ ତାୱିଲଙ୍କର ମୃତ୍ୟୁ ଘଟିଥିଲା। ହିଜବୁଲା ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଇସ୍ରାଏଲକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି। ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜାରେ ମୃତ୍ୟୁ ସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ଗତ୨୪ଘଣ୍ଟା ମଧ୍ୟରେ ନିହତ ହୋଇଥିବା ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୨୪୯ଥିବାବେଳେ ୫୧୦ଜଣ ଆହତ ହୋଇଥିଲେ। ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?