Masthead

ଭୁବନେଶ୍ୱରରେ ଫ୍ଲାଟ ଖୋଜୁଛନ୍ତି କଂଗ୍ରେସ ପ୍ରଭାରୀ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ସବୁ ଦଳରେ ଚାଲିଛି ଅଙ୍କକଷା । ନେତାମାନେ ଦଳ ଡ଼ିଆଁ କରୁଥିବାବେଳେ କଂଗ୍ରେସ ଓଡ଼ିଶାକୁ ଦେଇଛି ନୂଆପ୍ରଭାରୀ । ନୂଆ ପ୍ରଭାରୀ ଡ. ଅଜୟ କୁମାର ଆସିବା ପରେ ରାଜ୍ୟ କଂଗ୍ରେସ ଏବେ ପୂରା ଚଳଚଞ୍ଚଳ ହୋଇ ପଡ଼ିଛି। ନିର୍ବାଚନକୁ ନେଇ ପୂରା ତତ୍ପର ଅଜୟ । କୁହାଯାଉଛି ଭୋଟ ସରିବା ଯାଏଁ ଓଡ଼ିଶାରେ ରହିବେ ଅଜୟ । ସେଥିପାଇଁ ତାଙ୍କ ଟିମକୁ ଧରି ଭୁବନେଶ୍ୱର ଆସୁଛନ୍ତି । ଭୁବନେଶ୍ୱରରେ ଖୋଲିବେ ୱାର ରୁମ । ଆଉ ଯେଉଁଥି ପାଇଁ ଖୋଜା ଚାଲିଛି ଫ୍ଲାଟ । ଭଡ଼ା ଘର ଖୋଜୁଛନ୍ତି ଅଜୟ । କଂଗ୍ରେସ ଭବନ ପାଖାପାଖି ଅଞ୍ଚଳରେ ଅଜୟଙ୍କ ଟିମ୍ ଫ୍ଲାଟ ଖୋଜୁଛି। ସେଇ ଫ୍ଲାଟରେ ହିଁ ଅଜୟଙ୍କ ୱାର ରୁମ୍ କାମ କରିବ। ଏହି ୱାର୍ ରୁମ୍ ଜରିଆରେ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସର ସବୁ ଟିକିନିଖି ଖବର ରଖିବେ ।

୨୪ ଘଣ୍ଟା ଧରି ଏହି ୱାର୍ ରୁମ୍ କାମ କରିବ । ଏଥିପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହେବ। ପ୍ରତି ଭୋଟରଙ୍କ ତାଲିକା ସେଠାରେ ରହିବ। ପ୍ରତି କର୍ମକର୍ତ୍ତାଙ୍କ ଫୋନ୍ ନମ୍ବର ମଧ୍ୟ ରହିବ। ଅଜୟ ଯେତେବେଳେ ଚାହିଁବେ, ତୃଣମୂଳ କର୍ମକର୍ତ୍ତାଙ୍କ ସହ କ‌ଥା ହେବେ । ପୂର୍ବ ପ୍ରଭାରୀମାନେ ମଝିରେ ମଝିରେ ଓଡ଼ିଶା ଆସୁଥିବାବେଳେ ଅଜୟ ଏଠି ଘର ଖୋଜିଲେଣି ରହିବା ପାଇଁ। ରାଜ୍ୟ. କଂଗ୍ରେସ ପ୍ରଥମ ଥର ପାଇଁ ଏଭଳି ନୂଆ ରଣନୀତିରେ କାମ କରୁଥିବାରୁ ନେତା ଓ କର୍ମକର୍ତ୍ତାଙ୍କ ଉତ୍ସାହ ବଢ଼ିଛି। ସେପଟେ ସଙ୍ଗଠନ ଛାଡ଼ି ଅନ୍ୟମାନଙ୍କ ପାଇଁ କାମ କରୁଥିବା ନେତାଙ୍କୁ ଅଜୟ କରିଛନ୍ତି ସତର୍କ । ୧୦ ଦିନରେ ସମସ୍ତ କମିଟି ଗଢା ନହେଲେ ଜିଲ୍ଲା ଓ ବ୍ଲକ ସଭାପତି ପଦରୁ ବିଦା କରିବାକୁ ଚେତାବନୀ ଦେଇଛନ୍ତି ଅଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା