Masthead

ଭାରତ ସମେତ ୭୦ ଦେଶରେ ହେବ ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୨୦୨୪ ସାଧାରଣ ନିର୍ବାଚନ । ସବୁ ଦଳରେ ଚାଲିଛି ଅଙ୍କକଷା । ଜିତିବା ପାଇଁ ଆପେଣଇଛନ୍ତି ବିଭିନ୍ନ ରଣନୀତି । କିଏ ଧରିବ ୨୪ର ମଙ୍ଗ ତାକୁ ନେଇ ସବୁ ଦଳ କରୁଛନ୍ତି କସରତ । ତେବେ ଏହି ସାଧାରଣ ନିର୍ବାଚନ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଖାଲି ଭାରତ ନୁହେଁ ବଦଳିବ ବିଶ୍ୱର ରାଜନୈତିକ ଧାରା । ଭାରତ ସମେତ ୭୦ ଦେଶରେ ହେବ ନିର୍ବାଚନ । ନିର୍ବାଚନୀ ମୁଡ଼ରେ ଏବେ ସମସ୍ତେ ।

ଏସିଆଠାରୁ ଆରମ୍ଭ କରି ଆଫ୍ରିକା ଏବଂ ୟୁରୋପ ଚଳିତବର୍ଷ ରହିବ ନିର୍ବାଚନୀ ମୁଡ୍‌ରେ । ୪୦୦ କୋଟିରୁ ଅଧିଂକ ମତଦାତା ସାବ୍ୟସ୍ତ କରିବେ ନିଜର ମତ। ତେବେ କେଉଁ ଦେଶରେ କେଉଁ ସରକାର କ୍ଷମତାରେ ରହିବେ ମତଦାନ ପରେ ହିଁ ସ୍ପଷ୍ଟ ହେବ। କରୋନା ପରଠୁ ବିଶ୍ୱରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଅନେକ ଦେଶ ମାନ୍ଦାବସ୍ଥା ଦେଇ ଗତି କରୁଥିଲା ବେଳେ ଚୀନ ଏବଂ ଆମେରିକା ମଧ୍ୟରେ ମତଭେଦ ଜୋର ଧରିଛି। ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟ ଚିନ୍ତା ସୃଷ୍ଟି କରିଛି। ତେଣୁ ନୂଆବର୍ଷ ରେ ନୂଆ ସରକାରମାନଙ୍କର ଭୂମିକା କ’ଣ ରହିବ, ତା’ରି ଉପରେ ରହିଛି ସମସ୍ତଙ୍କ ନ‌ଜର। ଭାରତ ସମେତ ପାକିସ୍ତାନ, ଭୂଟାନ, ତାଇୱାନ, ଇଣ୍ଡୋନେସିଆରେ ଚଳିତ ବର୍ଷ ହେବ ନିର୍ବାଚନ ।

ବାଂଲାଦେଶର ନିର୍ବାଚନ ଶେଷ ହୋଇସାରିଛି । ଏହି ଦେଶମାନଙ୍କ ମଧ୍ୟରେ ପର୍ତ୍ତୁଗାଲ, ବେଲାରୁଷ, ଫିନ୍‌ଲାଣ୍ଡ ଆଦି ଦେଶ ମଧ୍ୟ ରହିଛନ୍ତି । ଦକ୍ଷିଣଆଫ୍ରିକାରେ ନିର୍ବାଚନ ହେବାକୁ ଯାଉଥିଲାବେଳେ ଘାନା, କୋମୋରୋସ, ଅଲଜେରିଆ, ମରିସସ୍, ମୁଜାମ୍ବିକ, ରାଓ୍ବାଣ୍ଡା, ସେନଗଲ, ଟ୍ୟୁନିସିଆରେ ନିର୍ବାଚନ ହେବ। ତେବେ ସମସ୍ତଙ୍କର ନଜର ରହିବ ଆମେରିକା, ବ୍ରିଟେନ, ରୁଷ, ମେକସିକୋ, ଅଷ୍ଟ୍ରେଲିଆ ଭଳି ବଡ଼ ଅର୍ଥ ବ୍ୟବସ୍ଥା ଯୁକ୍ତ ଦେଶର ନିର୍ବାଚନ ଉପରେ । ଯଦି ଭାରତ କଥା ଦେଖିବା ମୋଦି ସରକାର ହାଟ୍ରିକ ମାରିବା ଚର୍ଚ୍ଚା ଜୋର ଧରିଛି । ଅପେକ୍ଷା ସାଧାରଣ ନିର୍ବାଚନକୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼